Below header

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଟିଲା ଗୁଳି, ଟଙ୍କା ମାଗିବାରୁ ଗଲା ଯୁବକଙ୍କ ଜୀବନ

ପୁରୀ: ବିଚ୍‌ ରାସ୍ତାରେ ଗୁଳିମାଡ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ପୁରେନ୍ଦ୍ର ବେହେରା। ସେ ସାକ୍ଷୀଗୋପାଳସ୍ଥିତ କାଞ୍ଜିଆରେ ରହୁଥିଲେ। ପୁରେନ୍ଦ୍ର ସାକ୍ଷୀଗୋପାଳ ବ୍ଲକ ଛକରେ ଥିବା ଏକ ଢାବାରେ କାମ କରୁଥିଲେ। ଗତକାଲି ରାତିରେ କିଛି ଯୁବକ ସେହ ଢାବାକୁ ଖାଇବାକୁ ଆସିଥିଲେ। ତେବେ ଖାଦ୍ୟ ଭଲ ନଲାଗିବାରୁ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକମାନେ ଅନ୍ୟ ଏକ ଢାବାକୁ ଯାଇଥିଲେ।

ସେଠାରେ ପୁରେନ୍ଦ୍ର ଓ ତାଙ୍କ କିଛି ସହଯୋଗୀ ପହ଼ଞ୍ଚି ଟଙ୍କା ମାଗିବାରୁ ସେହି ଯୁବକମାନେ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାରଲୋକେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଛନ୍ତି। ଏପର୍ଯ୍ୟନ୍ତ ଅଭିଯୁୁକ୍ତଙ୍କ ପତ୍ତା ମିଳିନାହିଁ। ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.