ଅନୁଗୁଳ: ହାଟ ବେପାରୀଙ୍କୁ ଲୁଟ ଉଦ୍ୟମ, ବନ୍ଧୁକ ଦେଖାଇ ଦୁଇ ହାତକୁ ହାଣିଦେଲେ ଦୁର୍ବୃତ

ଅନୁଗୁଳ(କେନ୍ୟୁଜ୍):  ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିଲେ। ହଠାତ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସିଥିଲେ। ବିପିନ କିଛି ବୁଝିବା ଆଗରୁ ହେଲମେଟ ପିନ୍ଧା ଦୁର୍ବୁତ୍ତମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଏକ ଭୁଜାଲି ରେ ଦୁଇ ହାତକୁ ହାଣିଦେଇଥିଲେ। ଭଗବାନଙ୍କ ଦୟାରୁ ବିପିନ ବଞ୍ଚିଯାଇଛନ୍ତି। କିନ୍ତୁ ଦୁର୍ବୁତ୍ତ ମାନେ କୌଣସି ଲୁଟ କରିପାରିନଥିଲେ। ବିପିନ ବଅଁରପାଳ ବ୍ଲକ ବଳରାମପ୍ରସାଦ ଗ୍ରାମ ପାଟଣା ସାହିର ବୋଲି ଜଣା ପଡ଼ିଛି।  ସ୍ଥାନୀୟ ଲୋକେ ବିପିନଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.