ଯାଜପୁର: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଯାଜପୁର(କେନ୍ୟୁଜ୍): ଉଦଯାପିତ ହୋଇଯାଇଛି ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା। ଧର୍ମଶାଳା ବାଣୀପୀଠ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ମେଳା ୭ଦିନ ଧରି ଚାଲିଥିଲା। ଅନୁଷ୍ଠିତ ଉଦଯାପନୀ ସମାରୋହରେ ଯାଜପୁର ଏସଡ଼ିପିଓ କେଦାରନାଥ ସାହୁ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ସାହିତ୍ୟିକ ଅର୍ଜୁନ ଚରଣ ପୃଷ୍ଟି, ବ୍ରଜକିଶୋର ଦାଶ, ପ୍ରସନ୍ନ କୁମାର ବରାଳ ପ୍ରମୁଖ ଯୋଗଦେଇ ପୁସ୍ତକ ହିଁ ମଣିଷର ପ୍ରକୃତି ସାଥି ବୋଲି ବର୍ଣ୍ଣନା କରିଥିଲେ। ଏହି ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦ରୁ ଅଧିକ ଷ୍ଟଲ ଲାଗିଥିଲା। ବିଭିନ୍ନ ଦିବସରେ ଅନୁଷ୍ଠିତ ଆଲୋଚନାଚକ୍ରରେ ରାଜ୍ୟର ବହୁ ସୁନାମଧନ୍ୟ ସାହିତ୍ୟିକ ଯୋଗଦେଇ ସାହିତ୍ୟ ଚର୍ଚ୍ଚା କରିଥିଲେ। ଏଥିସହ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶୀ ରାତି ଯାଏ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ମେଳା ପରିଚାଳନା କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।