ସମ୍ଭାବ୍ୟ ବାତ୍ୟା ବୁଲବୁଲ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ, ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ସମ୍ଭାବ୍ୟ ବାତ୍ୟା ବୁଲବୁଲ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି । ଖୋର୍ଧା, କଟକ, ପୁରୀ, କେନ୍ଦ୍ରାପଡା ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏ ନେଇ ନିଷ୍ପତ୍ତି ନେବେ । ଆବଶ୍ୟକ ପଡିଲେ ସ୍ଥାନାନ୍ତର ନିଷ୍ପତ୍ତି ଜିଲ୍ଲାପାଳ ନେବେ । ଦେବେ ୬ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍‌ ପଠାଯାଇଥିବା ବେଳେ ୯ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମ ପଠାଯାଇଛି । ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ସମସ୍ତ ମତ୍ସ୍ୟଜୀବୀ ସମୁଦ୍ର ଭିତରୁ ଆସିଯାଇ୍‌ଥିବା ଏସଆରସି ସୂଚନା ଦେଇଛନ୍ତି । ସେହିପରି ୯ ଓ ୧୦ ତାରିଖରେ ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ଓ ବ୍ଲକରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.