Below header

ଆସନ୍ତାକାଲି ପଞ୍ଚକ, ଧବଳେଶ୍ୱର ପୀଠରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ(କେନ୍ୟୁଜ୍):   ରାତି ପାହିଲେ ପଞ୍ଚକ । ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟ ବା ପଞ୍ଚକ ପାଇଁ ଧବଳେଶ୍ୱର ପୀଠ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚଳିତବର୍ଷ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି । ଡଙ୍ଗାରେ ଯାତାୟତ ପାଇଁ ଜେଟି ବ୍ୟବସ୍ଥା କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ ତତ୍ତ୍ୱାବଧାନରେ ୩ ଆଡସିନାଲ ଏସପି, ୧୨ ଡିଏସପି, ୨୦ ଇନିସପେକ୍ଟରଙ୍କ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଓଡ଼୍ରାଫ୍‌, ଏନଡିଆରଏଫ ଓ ଅଗ୍ନଶମ ବାହିନୀକୁ ନିୟୋଜିତ କରାଯାଇଛି । ପଞ୍ଚକ ପାଇଁ ରାତି ଦୁଇଟାରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତି ସମାପନ କରାଯାଇ ସର୍ବସାଧାରଣ ଦିଆଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.