ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ, ପୁଣି ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ ଭୁବନେଶ୍ବର। ପୁଣି ରାଜଧାନୀରେ ଘରେ ପଶି ମାରଣାତ୍ମକ ଆକ୍ରମଣ। ଭୁବନେଶ୍ୱର ଝରପଡା ଜଗନ୍ନାଥ ନଗରର ଲେନ-୪ରେ ଘଟିଛି ଏହି ଘଟଣା ।  ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣର ଲୂଟ ହୋଇଥିବା ଅନୁମାନ କରାଯାଉଛି। ମହିଳାଙ୍କୁ ହାଣି ସୁନା ଅଳଙ୍କାର ଲୂଟ। ମହିଳାଙ୍କ ସ୍ୱାମୀ ସୁଶାନ୍ତ ସ୍ବାଇଁଙ୍କ ସୂଚନା । ମହିଳାଙ୍କ ନାଁ ଗିତାଞ୍ଜଳି ପାଲଟା ସିଂହ। ମହିଳାଙ୍କ ବେକ, ଓ ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଛି। ମହିଳାଙ୍କୁ  କ୍ୟାପିଟାଲ ଥାନାରେ  ଚିକିତ୍ସା କରାଯାଉଛି । ସହିଦନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.