ସାମାନ୍ୟ ଏବଂ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡଲାଇନ୍‌, ଜାଣନ୍ତୁ କ’ଣ

ଦେଶରେ ଦିନକୁ ଦିନକୁ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ୧୯ ଆକ୍ରାନ୍ତଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି । ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି । ଏହି ଗାଇଡଲାଇନ କେବଳ ଲକ୍ଷଣହୀନ ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ।

ହୋମ ଆଇସୋଲେସନର ନୂଆ ଗାଇଡଲାଇନ୍‌:

– ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା । କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି । ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ ।

– ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା କରୋନା ଲକ୍ଷଣ ଦେଖାଯିବ ନାହିଁ, ତାହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ । ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ବୋଲି ଗାଇଡଲାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

– ଡାକ୍ତରଙ୍କ ଦ୍ୱାରା ଚିହ୍ନଟ ଲକ୍ଷ୍ମଣହୀନ ହୋମ୍ ଆଇସୋଲେସନରେ ରହିପାରିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ । ହୋମ୍ ଆଇସୋଲେନ ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ରହିପାରିବେ ।

– ଟିକା ନେଇଥିବା ପରିବାରର ଜଣେ ଆକ୍ରାନ୍ତଙ୍କର ଦାୟିତ୍ୱରେ ରହିବେ । ବୟସ୍କ ଏବଂ ବହୁବିଧ ରୋଗରେ ଆକ୍ରାନ୍ତ କେବଳ ଡାକ୍ତରଙ୍କ ପରାମର୍ଶରେ ହୋମ୍ ଆଇସୋଲେସନରେ ରହିପାରିବେ ।

– ଟ୍ରିପଲ ଲେଏର ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।

– କୋଭିଡ ଆକ୍ରାନ୍ତ ଅଧିକରୁ ଅଧିକ ତରଳ ପଦାର୍ଥ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।

– ଯେଉଁ ରୋଗୀଙ୍କରHIV ହେଉ କିମ୍ବା ଟ୍ରାନ୍ସପ୍ଲାଣ୍ଟ ହେଉ କିମ୍ବା କ୍ୟାନସର ପୀଡିତ ହେଉ ସେମାନଙ୍କୁ ହୋମ ଆଇସୋଲେସନର ଅନୁମତି ମିଳିଛି।

– ଆକ୍ରାନ୍ତ ଷ୍ଟେରଏଡ୍‌ ନେଇପାରିବ ନାହିଁ କିମ୍ବା ଡାକ୍ତର ପରାମର୍ଶ ବିନା ସିଟି ସ୍କାନ କିମ୍ବା ଛାତିର ଫଟୋ ଉଠାଇପାରିବେ ନାହିଁ।

୨୪ ଘଣ୍ଟାରେ ୫୮ହଜାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ଦିନରେ ୫୫ ପ୍ରତିଶତ ବଢିଲା ସଂକ୍ରମଣ। ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫ ହଜାର ୩୮୯ । ଆକ୍ଟିଭ କେସ ୨ଲକ୍ଷ ୧୪ ହଜାର ୪ରେ ପହଞ୍ଚିଛି। ପଜିଟିଭିଟି ରେଟ ରହିଛି ୪.୧୮ ପ୍ରତିଶତ। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.