ଆସନ୍ତା ୧୬ରେ ମଙ୍ଗଳ ଦେବ କରିବେ ରାଶି ପରିବର୍ତ୍ତନ, ପଡ଼ିବ ଏହି ସବୁ ରାଶି ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ

ନୂଆବର୍ଷରେ ସମସ୍ତଙ୍କର ଜାଣିବାକୁ ଇଚ୍ଛା ଥାଏ ନିଜ ଜୀବନ ଓ ଭବିଷ୍ୟତ ସମ୍ପର୍କରେ। ସେଥିପାଇଁ ନିଜ ନିଜ ରାଶିରେ ଗ୍ରହମାନଙ୍କ ସ୍ଥିତି ଜାଣିବା ଆବଶ୍ୟକ। ନୂଆବର୍ଷ ୨୦୨୨ରେ ଅନେକ ଗ୍ରହ ଗୋଚର ପ୍ରକାରେ ଗତି କରିବେ। ଏହି ରାଶି ମାନଙ୍କ ମଧ୍ୟରେ ମଙ୍ଗଳ ଗ୍ରହ ମଧ୍ୟ ଅଛନ୍ତି। ଯିଏ ନିଜ ରାଶି ପରିବର୍ତ୍ତନ କରିବେ। ଏହା ଦ୍ୱାରା ଅନେକ ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ଏବେ ଜାଣି ନିଅନ୍ତୁ ଆପଣଙ୍କ ରାଶି ସମ୍ପର୍କରେ।

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଜାନୁଆରୀ ୧୬ ତାରିଖ ୨୦୨୨ ମସିହାରେ ହେବ। ମଙ୍ଗଳ ଗ୍ରହ ଏହିଦିନ ଧନୁରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହଙ୍କୁ ସେନାପତି ବୋଲି ମନାଯାଇଥାଏ। ମଙ୍ଗଳଙ୍କ ଗୋଚର ପ୍ରକାରେ ରାଶି ପରିବର୍ତ୍ତନ ହେବା ଦ୍ୱାରା ଅନେକ ରାଶିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ।

ମେଷ ରାଶି:
ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ମେଷ ରାଶି ଉପରେ ଭଲ ପ୍ରଭାବ ପକାଇବ। ମଙ୍ଗଳଙ୍କ ଗୋଚର ପ୍ରକାରେ ଗତି କାରଣରୁ ମେଷ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ଏହାସହ ସାମଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। ମଙ୍ଗଳଙ୍କ ଭଲ ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ । କାରଣ ମଙ୍ଗଳ ଦେବ ଏହି ରାଶିର ସ୍ୱାମୀ ଗ୍ରହ। ଏହାସହ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଆର୍ଥିକ ଉନ୍ନତି ମିଳିବ।

ମିଥୁନ ରାଶି:
ମିଥୁନ ରାଶି ପାଇଁ ମଙ୍ଗଳଙ୍କ ଗୋଚର ପ୍ରକାରେ ଗତି ସକାରାତ୍ମକ ପରିଣାମ ପଡ଼ିବ। ମିଥୁନ ରାଶିରେ ଯେଉଁମାନେ ଚାକିରୀ କିମ୍ବା ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଶତପ୍ରତିଶତ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜାତକରେ ଆୟ ବୃଦ୍ଧି ହେବ। ଏହାସହ ନବବିବାହତାଙ୍କ ପାଇଁ ଏବଂ ବୈବାହିକ ଜୀବନରେ ଖୁସି ଭରପୂର ମିଳିବ।

ମୀନ ରାଶି:
ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ପଡ଼ିବ ମୀନ ରାଶିଙ୍କ ଉପରେ। ଏହାର ପ୍ରଭାବରେ ଏହି ରାଶିଙ୍କ ବ୍ୟକ୍ତିଙ୍କର ଖୁବ ଉନ୍ନତି ହେବ। ଆର୍ଥିକ ସମସ୍ୟା ଦୂର ହେବ। ଶ୍ରତୁଙ୍କ ସବୁ କାମ ବିଫଳ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.