Tata Sky ର ଜିଙ୍ଗାଲାଲା ଅଫର ! ରିଚାର୍ଜ କରନ୍ତୁ ଆଉ ପାଆନ୍ତୁ ୨ ମାସର କ୍ୟାଶବ୍ୟାକ୍

ଆପଣ ପ୍ରତିମାସରେ ଟାଟାସ୍କାଏ ରିଚାର୍ଜ କରୁଛନ୍ତି କି ? ଆଉ ରିଚାର୍ଜ କରିବା ପରେ କ୍ୟାଶବ୍ୟାକ୍ ମିଳୁନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ ଜବରଦସ୍ତ ପ୍ଲାନ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ୨ ମାସ ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳିବ। କମ୍ପାନୀ ଏହି ଅଫର ବିଷୟରେ ନିଜ ୱେବସାଇଟରେ ଜଣାଇଛି। ଏହି ଅଫରରେ ଗ୍ରାହକଙ୍କୁ ମାସେ ନୁହେଁ ୨ ମାସ କ୍ୟାଶବ୍ୟାକ୍ ମିଳୁଛି। ଯଦି ଆପଣ ଟାଟା ସ୍କାଏ ୟୁଜର୍ସ ଅଟନ୍ତି, ତେବେ ଆପଣ ଏହି ଖବର ନିଶ୍ଚିତ ପଢନ୍ତୁ:
ଯଦି ଆପଣ ଟାଟା ସ୍କାଏ ଆପ୍ କିମ୍ବା ଅଫିସିଆଲ ୱେବସାଇଟ୍ରୁ ରିଚାର୍ଜ କରୁଥାନ୍ତି, ତେବେ ଆପଣଙ୍କୁ କ୍ୟାଶବ୍ୟାକ୍ର ଫାଇଦା ମିଳିବ। କ୍ୟାଶବ୍ୟାକ୍ ଆପଣଙ୍କୁ ସେତେବେଳେ ମିଳିବ, ଯେତେବେଳେ ଆପଣ ୧୨ ମାସର ରିଚାର୍ଜ ଏକାସାଙ୍ଗରେ କରିବ। ଯଦି ଆପଣ ମାସକୁ ମାସ ରିଚାର୍ଜ କରିବେ, ତେବେ ଏହାର ଲାଭ ଉଠାଇପାରିବେ ନାହିଁ।
ସୂଚନାଯୋଗ୍ୟ,୭ ଦିନ ମଧ୍ୟରେ ଆପଣଙ୍କୁ କ୍ୟାଶବ୍ୟାକ୍ ମିଳିବ। ପ୍ରଥମ ମାସର କ୍ୟାଶବ୍ୟାକ୍ ୪୮ ଘଣ୍ଟା ମଧ୍ୟରେ ମିଳିବ। ତେବେ ଦ୍ୱିତୀୟ ମାସର କ୍ୟାଶବ୍ୟାକ୍ ତା’ପର ସପ୍ତାହରେ ମିଳିବ। ଅଫିସିଆଲ େଓ୍ଵବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଏହି ଅଫର ୧ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ କରିପାରିବେ। ଏବେ ଯେଉଁମାନେ ରିଚାର୍ଜ କରିବେ, ସେମାନଙ୍କୁ ୨ ମାସର କ୍ୟାଶବ୍ୟାକ୍ ମିଳିବ। ଆପଣ ଏହି ଅଫରର ଫାଇଦା କେବଳ ଥରେ ହିଁ ଉଠାଇପାରିବେ।
କାହାକୁ ମିଳିବ ନାହିଁ ଲାଭ:
ଯେଉଁ ଲୋକ ପୂର୍ବରୁ ବର୍ଷିକିଆ ରିଚାର୍ଜ କରିଛନ୍ତି, ସେମାନଙ୍କୁ ଏହି ଫାଇଦା ମିଳିବ ନାହିଁ। ରିଚାର୍ଜରେ କ୍ୟାଶବ୍ୟାକ୍ ସେତେବେଳେ ମିଳିବ ଯେତେବେଳେ କମ୍ପାନୀର ମୋବାଇଲ ଆପ୍ କିମ୍ବା ଟାଟା ସ୍କାଏ ସାଇଟ ଜରିଆରେDeutsche Bank ଡେବିଟ୍ କାର୍ଡର ବ୍ୟବହାର କରିବେ।