ଏଠି କଥା ହେଉଛି ବିଶ୍ବାସର: ଠାକୁରାଣୀଙ୍କ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ, ଦେଖିଲେ ଲାଗିବ ଆଶ୍ଚର୍ଯ୍ଯ

ମାହାଙ୍ଗା(କେନ୍ଯୁଜ୍): ଠାକୁରାଣୀଙ୍କ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଶୁଣିଲେ ଏହା ଆଶ୍ଚର୍ଯ୍ଯ ଲାଗିବ ନିହାତୀ। କିନ୍ତୁ କଥାରେ ଅଛି ଯାହା ନଦେଖିବୁ ବେନି ନୟନେ ପରତେ ନଯିବୁ ଅନ୍ଯ ବଚନେ।  ଏଠି  କାହା କଥା ଶୁଣି ଗପ ଲେଖୁନୁ ଆଜ୍ଞା। ଦେଖିଲେ ନିହାତୀ ବିଶ୍ବାସ କରିବେ । ଯାହା କୌଣସି ଅଲୌକିକ ଘଟଣାଠାରୁ କିଛି କମ୍ ନୁହେଁ। କେମିତି ଏକ ମାଟି ଘୋଡା ପାଟିରୁ ଅସ୍ବଭାବିକ ଭାବେ ଧୂଆଁ ବାହାରିବାରେ ଲାଗିଛି ।

ତେବେ ଯାହା ଜଣାପଡିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ ସାତୋରି ଗ୍ରାମରେ ଦେଖିବାକୁ ମିଳିଛି ଆଖିକୁ ବିଶ୍ବାସ ନହେବା ଭଳି ଏହି ଅଲୌକିକ ଘଟଣା। ଗାଁର ଦେବୀ ମା ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ହଠାତ୍ ଗତକାଲି ଦେଖିବାକୁ ମିଳିଥିଲା ଏଭଳି ଦ୍ରୁଶ୍ଯ । ହଠାତ୍ ଠାକୁରାଣୀଙ୍କ ପୀଠରେ ଥିବା ଡାହାଣ ପଟ ମାଟି ଘୋଡ଼ା ପାଟିରୁ ସନ୍ଧ୍ୟା ସମୟରେ ହୁହୁ ହୋଇ ଧୂଆଁ ବାହାରିଥିଲା । ଏହା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଜମିଛି ଲୋକଙ୍କ ଭିଡ଼। ଯିଏ ଦେଖୁଛି ମାଙ୍କ ପାଦ କମଳରେ ଲୋଟିଯାଉଛି। ପୂଜାର୍ଚ୍ଚନା ସାଙ୍ଗକୁ ଘଣ୍ଟ ହୁଳହୁଳି ଶବ୍ଦରେ କମ୍ପି ଉଠୁଛି ସାରା ପରିବେଶ।

ଅନ୍ଯପଟେ ଏହି ଭିଜୁଆଲ୍ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି। ତେବେ ସତ କହିବାକୁ ଗଲେ ଇଏ ହେଉଛି ବିଶ୍ୱାସର କଥା। ମାନିଲେ ଠାକୁର ନମାନିଲେ ପଥର।