ଜନ୍ମଦିନରେ ରଣବୀର ନୁହେଁ ସିଦ୍ଧାନ୍ତଙ୍କ ସହିତ ଲିପଲକ୍ ହେଲେ ଦୀପିକା, ଫଟୋ ବି ସେୟାର କଲେ

ବଲିଉଡର ମସ୍ତାନୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ। ଆଉ ଦୀପିକାଙ୍କ ଜନ୍ମଦିନରେ ରଣବୀର ଏବଂ ଦୀପିକାଙ୍କ ରୋମାଣ୍ଟିକ ପୋଷ୍ଟ ଏବଂ ଫଟୋକୁ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ। କିନ୍ତୁଆଜି ସକାଳୁ ଇଣ୍ଟରନେଟରେ ଆଉ ଏକ ଫଟୋ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଦୀପିକା ପାଦୁକୋନ ନିଜ ସ୍ୱାମୀଙ୍କୁ ଛାଡି ‘ଗଲି ବଏ’ କୋ ଷ୍ଟାର ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହିତ ଲିପ୍ଲକ୍ କରିଥିବା ନଜର ଆସିଛନ୍ତି। ଏହି ଫଟୋ ଭାଇରଲ ହେବାରେ ଲାଗିଛି।
ନିଜ ଜନ୍ମଦିନରେ ରଣବୀରଙ୍କୁ ଛାଡି ସେ ଅଭିନେତା ସିଦ୍ଧାନ୍ତ ସହ ରୋମାଣ୍ଟିକ୍ ହୋଇଛନ୍ତି, ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ଆମାଜନ ପ୍ରାଇମ୍ ଭିଡିଓ ପକ୍ଷରୁ ଏହି ଫଟୋକୁ ରିଲିଜ କରାଯାଇଛି। ସିଦ୍ଧାନ୍ତଙ୍କ ସହ ରୋମାଣ୍ଟିକ୍ ପୋଜରେ ନଜର ଆସିଥିବା ଦୀପିକାଙ୍କ ଏହି ଫଟୋ ହେଉଛି ତାଙ୍କ ଅପ୍କମିଂ ଫିଲ୍ମ ‘ଗହରାଇୟାଁ’ର ନୂଆ ପୋଷ୍ଟର। ଆମାଜନର ଅରିଜନାଲ ଫିଲ୍ମ ‘ଗହରାଇୟାଁ’ର ଏଭଳି ୬ଟି ନୂଆ ପୋଷ୍ଟର ରିଲିଜ ହୋଇଛି।
View this post on Instagram
ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଏବେକାର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ପୋଷ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ପୋଷ୍ଟରକୁ ଦେଖି ଏବେ ଦର୍ଶକଙ୍କ ଫିଲ୍ମ ପ୍ରତି ଉତ୍ସୁକତା ଓ କୌତୁହଳ ବଢ଼ିଯାଇଛି।
ସୂଚନା ମୁତାବକ, ଏହି ଫିଲ୍ମର ଲିଡ୍ ରୋଲରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ରହିଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫେବ୍ରୁଆରୀ ୧୧ ତରିଖରେ ଓଟିଟି ପ୍ଲାଟଫର୍ମରେ ୱାର୍ଲ୍ଡ ୱାଇଡ୍ ଏହି ଫିଲ୍ମଟି ରିଲିଜ ହେବ।