Below header

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ଧରଣର ତ୍ରୁଟି, ଫ୍ଲାଏ ଓଭରରେ ୧୫ରୁ ୨୦ ମିନିଟ ଅଟକି ରହିଲା ମୋଦିଙ୍କ ଗାଡ଼ି

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ଧରଣର ତ୍ରୁଟି । ଫ୍ଲାଏ ଓଭରରେ ୧୫ରୁ ୨୦ ମିନିଟ ଅଟକି ରହିଲା ମୋଦିଙ୍କ ଗାଡ଼ି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ଫିରୋଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏହି ତ୍ରୁଟି। ହୁସାନିୱାଲାରେ ଥିଲା କାର୍ଯ୍ୟକ୍ରମ। ମୋଦିଙ୍କ ଗସ୍ତକୁ ବିରୋଧ କରି କୃଷକ ସଂଗଠନ ରାଲି ବାହାର କରିଥିଲେ। ଖରାପ ପାଗ କାରଣରୁ ମୋଦି ରାଜପଥରେ ଯାଇଥିବା ବେଳେ ଏକ ଫ୍ଲାଇଓଭର ଉପରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ। ଘଟଣାର ଗମ୍ଭୀରତା ସହ ଗ୍ରହଣ କରି ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ।

 ଫ୍ଲାଇଓଭରରେ ଫସି ରହିବା ପରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ନଦେଇ ଗସ୍ତ ଅଧାରୁ ଦିଲ୍ଲୀ ଫେରିଛନ୍ତି। ପୂରା ଘଟଣା ପାଇଁ ରାଜ୍ୟର କଂଗ୍ରେସ ସରକାରକୁ ଦୋଷାରୋପ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି।

ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ସରକାରଙ୍କ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା କୁହାଯାଇଛି। କୃଷକଙ୍କ ରାଲିକୁ ଅଟକାଇବାକୁ ନିର୍ଦ୍ଦେଶ ଥିବା ବେଳେ ଚନ୍ନି ସରକାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.