Below header

ନିଜର ସ୍ପର୍ମରେ ମହିଳାମାନଙ୍କୁ ପ୍ରେଗନାଣ୍ଟ କରି ଦେଉଥିଲେ ଡାକ୍ତର! ଦୀର୍ଘ ବର୍ଷ ପରେ ଦୁଇ ଭଉଣୀ ଏମିତି କଲେ ଖୁଲାସା…

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ରୋଗୀ ସୁସ୍ଥ ହେବା ପାଇଁ ହେଉ କି ତାଙ୍କର ଭଲ ଚିକିତ୍ସା ପାଇଁ ହେଉ, ଡାକ୍ତରଙ୍କ ଉପରେ ଆଖି ବୁଜି ଭରସା କରାଯାଇଥାଏ। କିନ୍ତୁ ଆମେରିକାରେ ଜଣେ ଡାକ୍ତର ନିଜର ଖରାପ କାମ ଯୋଗୁ ନିଜର ହିଁ ସମ୍ମାନକୁ କଳଙ୍କିତ କରିଛନ୍ତି। ଏହି ଅଭିଯୁକ୍ତ ଡାକ୍ତର ଅନେକ ମହିଳାଙ୍କୁ ପ୍ରତାରଣା କରିଛନ୍ତି। ସେମାନଙ୍କୁ ଧୋକା ଦେଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା।

ଗର୍ଭଧାରଣକୁ ନେଇ ସମସ୍ୟା ଉପୁଜିଲେ ମହିଳାମାନେ ଡାକ୍ତରଙ୍କ ସାହାଯ୍ୟ ନେବାକୁ ଆସି ଥାଆନ୍ତି। କେବେ କେବେ ଡାକ୍ତରଙ୍କ ପରାମର୍ଶ ଏବଂ ଔଷଧରୁ ସେମାନେ କନ୍‌ସିଭ କରି ନିଅନ୍ତି। କିନ୍ତୁ ଯେଉଁ ମହିଳାମାନେ ଔଷଧରୁ ଗର୍ଭଧାରଣ କରି ପାରି ନ ଥାଆନ୍ତି, ସେମାନେ ପ୍ରଜନନ କ୍ଲିନିକ୍ (IVF)କୁ ଯାଆନ୍ତି।

ମହିଳାମାନଙ୍କୁ ପ୍ରତାରଣା କରୁଥିଲେ ଡାକ୍ତର

ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଜନନ କେନ୍ଦ୍ରରୁ ଆଶା ରହିଥାଏ କି, ସେମାନଙ୍କ ଘରେ ନିଶ୍ଚୟ କୁଅାଁକୁଅାଁ ଡାକ ଶୁଭିବ। ପ୍ରଜନନ ସମସ୍ୟା ସହ ସଂଘର୍ଷ କରୁଥିବା ଦମ୍ପତିମାନେ ବହୁତ ଆଶା ରଖି ଡାକ୍ତରଙ୍କ ନିକଟକୁ ଯାଆନ୍ତି। ହେଲେ ଏଠି ଡାକ୍ତର ନିଜର ହିଁ ସ୍ପର୍ମରୁ କ୍ଲିନିକକୁ ଆସୁଥିବା କେତେକ ମହିଳାଙ୍କୁ ଗର୍ଭବତୀ କରି ଦେଉଥିଲେ। ତେବେ ଡାକ୍ତର ଜଣକ ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ସ୍ୱାମୀଙ୍କୁ ଜଣାଉ ନ ଥିଲେ ଯେ ସେ ଗର୍ଭଧାରଣ ଲାଗି ନିଜର ହିଁ ସ୍ପର୍ମକୁ ବ୍ୟବହାର କରୁଛନ୍ତି।

ଦୁଇ ଭଉଣୀ ଡାକ୍ତରଙ୍କ ବିଷୟରେ ଖୁଲାସା କଲେ

ଅଭିଯୁକ୍ତ ଡାକ୍ତର ପଲ୍ ଜୋନ୍ସ ଦୀର୍ଘ ଦିନ ଧରି ତାଙ୍କ କ୍ଲିନିକକୁ ଆସୁଥିବା ମହିଳାମାନଙ୍କ ସହ ଖରାପ କାମ କରି ଚାଲିଥିଲେ। ଡାକ୍ତରଙ୍କ ଏଭଳି କାର୍ଯ୍ୟ ବିଷୟରେ ଦୁଇ ଭଉଣୀ ଏକ ଟିଭି ଶୋ’ରେ ଖୁଲାସା କରିଥିଲେ। ରିପୋର୍ଟ ମୁତାବକ, ଦୁଇ ଭଉଣୀ ମାଇୟା ସିମନ୍ସ ଓ ତାହନି ସ୍କଟ୍ ନ୍ୟୁଜ୍ ପ୍ରୋଗ୍ରାମ୍ ‘The Truth About My Conception’ରେ ଡାକ୍ତରଙ୍କ କଳା କାରନାମା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଏହି ଦୁଇ ଭଉଣୀଙ୍କ ବାପା ଜନ୍ ଇମନ୍ସ ଟେଷ୍ଟିକୁଲର କ୍ୟାନସରରେ ପୀଡିତ ଥିଲେ ଏବଂ ସନ୍ତାନ ପ୍ରସବ କରିବାରେ ଅସମର୍ଥ ଥିଲେ। ବର୍ଷ ୧୯୮୦ ଏବଂ ୧୯୮୫ ମସିହାରେ ଜନ୍‌ ଓ ତାଙ୍କ ସ୍ତ୍ରୀ ଡାକ୍ତର ପଲ୍‌ଙ୍କୁ ତାଙ୍କ କ୍ଲିନିକରେ ଭେଟିବାକୁ ଯାଇଥିଲେ। ଡାକ୍ତର କାହାକୁ ନ ଜଣାଇ ସ୍ତ୍ରୀ ଚେରିଲଙ୍କୁ ନିଜ ସ୍ପର୍ମ ଦ୍ୱାରା ଗର୍ଭବତୀ କରାଇ ଦେଇଥିଲେ।

ଦୀର୍ଘ ଦିନ ବିତିଯିବା ପରେ ମାଇୟାଙ୍କୁ ୨୦୧୮ରେ କେହି ଜଣେ Ancestry.comରେ ମେସେଜ ପଠାଇଥିଲେ। Ancestry.comରେ ଲୋକମାନେ ନିଜ ପିଢ଼ି ଏବଂ ପୂର୍ବପୁରୁଷଙ୍କୁ ଖୋଜି ଥାଆନ୍ତି। ଏହା ଉପରେ ଜେନେଟିକ୍ ଆଧାରରେ ପରସ୍ପରକୁ ଖୋଜା ଯାଇଥାଏ। ମାଇୟାଙ୍କୁ ଯେଉଁ ମେସେଜ ମିଳିଥିଲା, ସେଥିରେ ଲେଖାଥିଲା, ‘ଏମିତି ଲାଗୁଛି କି, ଆମେ ଭାଇ ଓ ଭଉଣୀ। ମୋ ବାପା କଲୋରାଡୋରେ ସ୍ପର୍ମ ଡୋନର। ମୁଁ ନିଜ ଭଳି ଦେଖା ଯାଉଥିବା ଆଉ ୩ ଭାଇଭଉଣୀଙ୍କୁ ଖୋଜି ପାଇଛି’।

ଡାକ୍ତରଙ୍କ ମେଡିକାଲ ଲାଇସେନ୍ସ ଜବତ ହୋଇଛି

ଏହା ପରେ ମାଇୟା ଓ ତାହନି ଜେନେଟିକ୍ ଟେଷ୍ଟିଂ ୱେବସାଇଟ୍ ମାଧ୍ୟମରେ ନିଜର ଏମିତି ୧୨ ଭାଇଭଉଣୀଙ୍କୁ ଖୋଜି ବାହାର କରିଥିଲେ। ମାଇୟାଙ୍କୁ ଯେତେବେଳେ ଏ ବିଷୟରେ ଜଣାପଡ଼ିଲା, ତ ସେ ବହୁତ ରାଗି ଯାଇଥିଲେ। ମାଇୟା କହିଛନ୍ତି ଯେ ‘ମୁଁ ୩୮ ବର୍ଷ ପରେ ଏ ବିଷୟରେ ଜାଣିବାକୁ ପାଇଲି’। ଆପଣଙ୍କୁ କହି ରଖୁଛୁ, ଏହି ପୂରା ଘଟଣାର ଖୁଲାସା ହେବା ପରେ ୨୦୧୯ରେ ଡାକ୍ତର ଜୋନ୍ସଙ୍କ ମେଡିକାଲ ଲାଇସେନ୍ସକୁ ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.