ବେଆଇନ ଗଞ୍ଜେଇ ବେପାରର ପର୍ଦ୍ଦାଫାସ କଲା ଧର୍ମଶାଳା ପୋଲିସ: ୫୫କେଜି ଗଂଜେଇ ସହ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୨ ଗିରଫ

ଯାଜପୁର (କେନ୍ୟୁଜ): ବେଆଇନ ଗଂଜେଇ ବ୍ୟବସାୟର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ । ଧର୍ମଶାଳା ଥାନା କୁମାରୀ ଗାଁରେ ଚଢାଉ କରି ୫୫କେଜି ଗଂଜେଇ ଜବତ ସହ ନଗଦ ୭ଲକ୍ଷ ୫୧ହଜାର ୨୧୦ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀ ଅନ୍ତର୍ଯ୍ୟାମୀ ସାହୁ ଓ ତାର ପୁଅ ସନ୍ତୋଷ କୁମାର ସାହୁଙ୍କୁ ଗିରଫ କରିଛି । ସୂଚନା ମୁତାବକ, କୁମାରୀ ଗାଁରେ ଦୀର୍ଘଦିନ ଧରି ଏହି ବେଆଇନ କାରବାର ଚାଲୁଥିବା ପୋଲିସ କୈାଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଗତକାଲି ପୋଲିସ ଅନ୍ତର୍ଯ୍ୟାମୀ ଘର ଉପରେ ଅଚାନକ ଚଢାଉ କରିଥିଲା ।

ganja seized 2

ଏହି ସମୟରେ ତା ଘରୁ ବିପୁଳ ପରିମାଣର ଗଂଜେଇ ସହ ନଗଦ ଟଙ୍କାକୁ ଜବତ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘର ଭିତରେ ଛାନଭିନ କରି ଏହି ବେଆଇନ କାରବାରର ପର୍ଦ୍ଦାଫାସ କରିଥିବା ବେଳେ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏତେ ପରିମାଣର ଗଂଜେଇ କେଉଁଠୁ ଆସୁଥିଲା ଏବଂ କୁଆଡେ ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.