ଓଡିଶାରେ ଉପରମୁହଁ ଓମିକ୍ରନ, ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଉପରମୁହାଁ ଓମିକ୍ରନ।   ବଢ଼ିଲା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା । ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି।  ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି।

ଓମିକ୍ରନ୍ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା।  ଆଜି ଯେଉଁ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ୨୩ ଜଣ ଓଡିଶାରେ ଅଛନ୍ତି ଓ  ଜଣେ ତାମିଲନାଡୁ ପଳାଇଛନ୍ତି। ୨୩ ଜଣଙ୍କ ମଧ୍ୟରୁ ୧୮ ଜଣ ପୁରୁଷ ଓ  ୬ ଜଣ ମହିଳା ଅଛନ୍ତି।  ସମସ୍ତ ଆକ୍ରାନ୍ତ ୧୯ ବର୍ଷରୁ ୬୫ ବର୍ଷ ବୟସ୍କ ମଧ୍ୟରେ ଅଛନ୍ତି।  ସର୍ବାଧିକ ବାଲେଶ୍ବରରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ୧୯ ଜଣ , ୫ ଜଣ ବିଦେଶ ଫେରନ୍ତା ଅଛନ୍ତି। ସମସ୍ତଙ୍କର ଟ୍ରାକିଂ ସରିନାହିଁ । ସାମ୍ପୁଲ ଟେଷ୍ଟିଂର ୧୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ।