ରେଷ୍ଟୁରାଣ୍ଟ ଭଳି ଚିଲ୍ଲି ଗାର୍ଲିକ ନୁଡଲ୍ସ କେମିତି ବନାଇବେ, ଜାଣନ୍ତୁ

ପିଲା ହୁଅନ୍ତୁ ଅବା ବୟସ୍କ, ଚାଇନିଜ୍‌ ଖାଇବାକୁ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଚାଇନିଜ ନୁଡଲ୍ସ କଥା ଶୁଣିବା ପରେ ପାଟିରେ ପାଣି ଆସିଯାଏ। ଘରେ ପାର୍ଟି ହେଉଅବା ଭୋକକୁ ଶାନ୍ତ କରିବାକୁ ହେଉ ଖାଇବା ମେନ୍ୟୁରେ ଚିଲ୍ଲି ଗାର୍ଲିକ ନୁଡଲ୍ସ ନିଶ୍ଚିତ ରହିଥାଏ। କିନ୍ତୁ ଅନେକ ମହିଳାଙ୍କ ଅଭିଯୋଗ ରହିଥାଏ ଯେ, ଘରେ ଚିଲ୍ଲି ଗାର୍ଲିକ ନୁଡଲ୍ସ କରିବା ସମୟରେ ବଜାର ଭଳି ନୁଡଲ୍ସ ମିଳିନଥାଏ। ତେବେ ଆସନ୍ତୁ ଜାଣିବା, କିନ୍ତୁ ଘରେ କିପରି ବନାଇବେ ଚିଲ୍ଲି ଗାର୍ଲିକ ନୁଡଲ୍ସ:

ଆବଶ୍ୟକୀୟ ସାମଗ୍ରୀ: ନୁଡଲ୍ସ, ପିଆଜ, ଅଦା, ରସୁଣ, ତେଲ, କ୍ୟାପସିକମ୍‌, ସାୟା ସସ୍‌, ସିରକା, ଲୁଣ, ଗ୍ରୀନ ପିଆଜ, ଚିନି, ଶୁଖିଲା ଲଙ୍କା, କଞ୍ଚାଲଙ୍କା।

ଚିଲ୍ଲି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତେଲରେ ରସୁଣକୁ ଟିକେ ଭାଜନ୍ତୁ। ଏହାପରେ ଅଦା ପକାଇ ପିଆଜ ପକାନ୍ତୁ। ପିଆଜ ଏକ ମିନିଟ ପର୍ଯ୍ୟନ୍ତ ଭାଜିବା ପରେ ଲଙ୍କା ପକାନ୍ତୁ। ଏହାକୁ କିଛି ସମୟ ପାଇଁ ଗାଢ ରଙ୍ଗ ହେବାକୁ ଦିଅନ୍ତୁ। ଏହା ପରେ ସୋୟା ସସ୍‌ ଅଧା କପ୍‌ ପକାଇ ଦିଅନ୍ତୁ। ସେଥିରେ ଚିନି ଏବଂ ଲୁଣ ପକାଇ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ତା’ ପରେ ଏହି ପେଷ୍ଟକୁ ବାହାର କରି ଭଲଭାବେ ଥଣ୍ଡା ହେବାକୁ ଦିଅନ୍ତୁ।

ନୁଡଲ୍ସ କରିବାର ଟିପ୍ସ :

ନୁଡଲ୍ସ ପାଇଁ ପ୍ରଥମେ ଏକ ପ୍ୟାନକୁ ଗରମ କରି ସେଥିରେ ଅଳ୍ପ ତେଲ ପକାଇ ଶୁଖିଲା ଲଙ୍କା ପକାନ୍ତୁ। ତା’ ପରେ କଟା ହୋଇଥିବା ରସୁଣ ପକାଇ ଅଳ୍ପ ଭାଜିଦିଅନ୍ତୁ। ଏବେ ସେଥିରେ ଅଦା ପକାଇ ଟିକେ ଭାଜିବା ପରେ କଟା ପିଆଜ, ଗାଜର, ପତ୍ରକୋବି, କ୍ୟାପସିକମ୍‌ ଲୁଣ ପକାଇ ଦିଅନ୍ତୁ। ଏବେ ଏହାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ଏକାଠି କରି ଭାଜନ୍ତୁ। ପରେ ଏହା ଉପରେ ନୁଡଲ୍ସ ଏବଂ ଚିଲ୍ଲି ପେଷ୍ଟ ପକାଇବା ପରେ ସିରକା, ସୋୟା ସସ୍‌, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତା୩ ପରେ ଗ୍ରୀନ ପିଆଜ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲି ଗାର୍ଲିକ ନୁଡଲ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.