ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ ଓ ପରେ ଦୁର୍ବୃତ୍ତ କଲା ଫଟୋ ଭାଇରାଲ, ପୀଡ଼ିତା ପରିବାରକୁ ଦେଲା ହତ୍ୟା ଧମକ
![RAPE MAYURBHANJ](https://knewsodisha.com/wp-content/uploads/2019/08/RAPE-MAYURBHANJ.jpg)
ପ୍ରଥମେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଘୃଣ୍ୟ କାରନାମାର ଫଟୋ ଭାଇରାଲ । ମୟୂରଭଞ୍ଜ ରାଇରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଗୋରୁ ମହିଷାଣୀ ଥାନା ମାଣିକପୁର ଗାଁର ଜଣେ ନାବାଳିକା ଛାତ୍ରୀ କଲେଜରୁ ଫେରୁଥିବା ବେଳେ ଲେମ୍ଭ ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଏହି ଫଟୋକୁ ଉଠାଇଥିଲେ। ଏହି ଘଟଣାକୁ ବାହାରେ ପ୍ରକାଶ କଲେ ଫଟୋ ଭାଇରାଲ କରିବାର ଧମକ ଦେଇଥିଲେ। କିନ୍ତୁ ଫଟୋ ଭାଇରାଲ ହେବା ପରେ ଘର ଲୋକ ଏହା ଜାଣି ଯୁବକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଲେମ୍ଭ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ହତ୍ୟା ଧମକ ଦେଇ ଫେରାର ହୋଇଯାଇଛି। ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇଁ ଗୋରୁମହିଷାଣୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।