କଟକ ବାଦାମବାଡି ଥାନା ଜଗନ୍ନାଥ ଲେନ୍ରୁ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ

କଟକ ସ୍ଥିତ ବାଦାମବାଡି ଥାନା ଜଗନ୍ନାଥ ଲେନ୍ରୁ ଗୋଟିଏ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ । ସ୍ଥାନୀୟ ଲୋକ ଏ ଘଟଣା ନେଇ ବାଦମବାଡି ଥାନା ପୋଲିସକୁ ଜଣାଇବା ପରେ ଗାଡ଼ି ଗୁଡିକୁ ଜବତ କରାଯାଇଥିଲା। କିଏ ଓ କେଉଁ କାରଣରୁ ଏହି ଗାଡି ଗୁଡିକ ସେଠାରେ ରଖିଛି ତାହା ଜଣା ପ଼ଡିନାହିଁ। ଏହା ଚୋରା ଗାଡି ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । କଟକରେ ପୋଲିସ ଗଳିକନ୍ଧିରେ ପାଟ୍ରୋଲିଂ ଓ ବ୍ଲକିଂ କରିବାକୁ ଦାବି ହୋଇଛି।