ସାଲେପୁର ଏଟିଏମ୍‌ରୁ ଟଙ୍କା ଗାଏବ, ପୋଲିସର ତଦନ୍ତ ଆରମ୍ଭ

ଏଟିଏମ୍‌ରୁ ଟଙ୍କା ଗାଏବ । ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ତିଲଦା ଗାଁର ହେମଲତା ନାୟକ । ଜପକୁଦର ଷ୍ଟେଟବ୍ୟାଙ୍କରେ ଦୀର୍ଘ ବର୍ଷ ଧରି ନାତୁଣୀ ବାହାଘର ପାଇଁ ଟଙ୍କା ସଞ୍ଚୟ କରିଥିଲେ । ହେଲେ କିଛିଦିନ ତଳେ ପାସବୁକ୍‌ ଅପଡେଟ୍‌ କରିବା ବେଳେ ତାଙ୍କ ଖାତାରେ ଲକ୍ଷେ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ । ଏନେଇ ବ୍ୟାଙ୍କ ମ୍ୟାନେଜର ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଜଣାଇଛନ୍ତି । ତେବେ ମୁମ୍ବାଇର ବେଲାପୁର ଓ ଦାମନ ଅଞ୍ଚଳରେ ତାଙ୍କ ଏଟିଏମ ବ୍ୟବହାର ହୋଇ ଟଙ୍କା ଉଠାଯାଇଥିବା ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.