Below header

ପଡ଼ୋଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଇ ଭାଇଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା

କାନପୁରର ରାୟପୁରଓ୍ଵା ଅଞ୍ଚଳରେ ଶୁକ୍ରବାର ରାତିରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ପଡ଼େଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଏକ କୋଠାରିରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଠାଇବାକୁ ଚେଷ୍ଟା କରିବାରୁ ପରିବାର ଲୋକେ ଘେରିଯାଇଥିଲେ। ପୋଲିସ ବିରୋଧରେ ଦାୟିତ୍ୱହୀନତା ଅଭିଯୋଗ ଆଣି ପାଖାପାଖି ଦେଢ଼ ଘଣ୍ଟା କାଳ ସେମାନେ ହଙ୍ଗାମା କରିଥିଲେ। ଏସପିଙ୍କ ସହ ଅନ୍ୟ ଅଧିକାରୀମାନେ ପହଞ୍ଚି କାଯ୍ୟର୍ାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

rape2222

ରାୟପୁରଓ୍ଵାର ଜଣେ ବଢ଼େଇଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ ଜୁଲାଇ ୧୩ ତାରିଖ ରାତିରେ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଓ୍ଵାସିଫ୍‌ ଓ ବସାଫ୍‌ ଅପହରଣ କରିନେଇଥିଲେ। ଅନ୍ୟ ଜଣେ ସାଙ୍ଗ ଶ୍ୟାମୁ ଓରଫ୍‌ ସମ୍ମୁଙ୍କ ସହ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଜୁଲାଇ ୧୪ରେ ଝିଅକୁ ଘର ପାଖରେ ଚେତାଶୂନ୍ୟ ଅବସ୍ଥାରେ ଦେଖି ପରିବାର ଲୋକେ ଥାନାକୁ ଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏ ନେଇ ପୋଲିସ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିନି। ଅନେକ ଥର ଆସିବା ପରେ ଜୁଲାଇ ୨୭ରେ ଏକ ମାମଲା ରୁଜୁ କରିଛି। ତେବେ ଏ ପଯ୍ୟର୍ନ୍ତ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ।

ଏହାସହ ପଢ଼ନ୍ତୁ: ରାସ୍ତାକଡ ପୋଲରୁ ମିଳିଲା ୧୯ଟି ଶବ , ବ୍ୟାନରରେ ଲେଖାଥିଲା “ଦେଶଭକ୍ତ ବନନ୍ତୁ ଭାଏଗ୍ରାକୁ ତ୍ୟାଗ…

rape 5

ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ପରିବାରର ସମସ୍ତେ ଘର ବାହାରେ ଥିଲେ। ଏହି ସମୟରେ ପୀଡ଼ିତା ଘର ଭିତରେ ଏକ ରୁମରେ ନିଜ ଓଢ଼ଣୀରେ ଫାଶୀ ଲଗାଇ ଦେଇଥିଲେ। ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତେଜିତ ଥିବା ପରିବାର ଲୋକେ ମୃତଦେହକୁ ନ ଉଠାଇବାକୁ ଅଡି ବସିଥିଲେ। ସେପଟେ ପୋଲିସ ପୀଡ଼ିତାଙ୍କ ପଡ଼େଶୀଙ୍କ ଦୁଇଜଣ ମହିଳାଙ୍କୁ ଧରିନେଇଛି। ଦୁଇଦିନ ପୂର୍ବରୁ ଏହି ଦୁଇ ମହିଳା ପୀଡ଼ିତାଙ୍କୁ ଦୁଷ୍କର୍ମ କଥା କହି ଚିଡ଼ାଉଥିଲେ। ଏଥିରେ କ୍ଷୁବ୍ଧ ହୋଇ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.