ଖୋର୍ଦ୍ଧା: ଘରୋଇ ସଂସ୍ଥାର ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ୍‌, ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ଦିନ ଦ୍ୱିପ୍ରହରରେ ଲୁଟ୍‌ । ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲାବେଳେ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ଲୁଟର ଶିକାର ହୋଇଥିବା ଯୁବକ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ବପୁଜି ମହାରଣା ବୋଲି ଜଣାପଡ଼ିଛି । ବାପୁଜି ଏଲଆଇସି ଅଫିସ ରୁ ୨୩ଲକ୍ଷ ୬୮ହଜାର ୩୫୮ଟଙ୍କା ଭରି ବ୍ୟାଗ ନେଇ ବ୍ୟାଙ୍କ କୁ ଭରିବାକୁ ଯାଉଥିବାବେଳେ ୫ ଜଣ ଦୁର୍ବୁତ୍ତ ୩ଟି ମଟର ସାଇକେଲରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.