ନିଆରା ବିବାହ: ହାତରେ ଖଣ୍ଡା ଧରି ଘୋଡା ଉପରେ ବସି ପୁରା ବାରାତ ନେଇ ବିବାହ କରିବାକୁ ଗଲେ କନ୍ୟା

ମଧ୍ୟପ୍ରଦେଶର ଖଣ୍ଡୱାରେ ଏକ ଏପରି ବିବାହ ହୋଇଛି ଯାହାକୁ ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଠାରେ ଦୁଇ ଭଉଣୀ ନିଜେ ବରଯାତ୍ରୀ ନେଇ ପହଂଚିଥିଲେ ବର ଘରେ। କନ୍ୟା ବେଶରେ ହାତରେ ଖଣ୍ଡା ଧରି ବ୍ୟାଣ୍ଡ ବାଜା ସହିତ ସାକ୍ଷୀ ଓ ସୃଷ୍ଟି ନାମକ ଦୁଇ ଭଉଣୀ ଘୋଡାରେ ବସି ବିବାହ କରିବା ପାଇଁ ବାହାରି ପଡ଼ିଥିଲେ। ତେବେ ସେମାନଙ୍କର ବରଯାତ୍ରୀ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାଟିଦାର ସମାଜର ପରମ୍ପରା ଅନୁଯାୟୀ ଦୁଇ ଭଉଣୀଙ୍କର ବିବାହ କରାଯାଇଥିଲା।

ଜାନୁଆରୀ ୨୨ ତାରିଖରେ ଦୁହିଁଙ୍କର ବିବାହ ବହୁତ ଧୁମଧାମରେ କରାଯାଇଥିଲା । ସୃଷ୍ଟୀଙ୍କ କହିବା ଅନୁଯାୟୀ ‘ଏହି ସମୁଦାୟର ଏକ ଅଂଶ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ ଆମେ ଏହି ପରମ୍ପରାର ପାଳନ କରୁଛୁ । ଝିଅ ମାନଙ୍କର ବାପା ଅନ୍ୟ ସମୁଦାୟର ଲୋକମାନଙ୍କୁ ମଧ୍ୟ ମହିଳା ମାନଙ୍କୁ ସମ୍ମାନ ଦେବାର ଏହି ତରିକାକୁ ଆପଣେଇବାକୁ ଅନୁରୋଧ କରିଛନ୍ତି ।

हाथ में तलवार लेकर दुल्हन ने निकाली अपनी बारात, घोड़ी लेकर पहुंची दूल्हे के घर और जमकर किया डांस

କନ୍ୟାଙ୍କ ପିତା ଅରୁଣଙ୍କ କହିବା ଅନୁଯାୟୀ ଏହା ଏକ ୪୦୦-୫୦୦ ବର୍ଷ ପୁରୁଣା ପରମ୍ପରା ଅଟେ । ତେବେ ‘ବେଟି ବଚାଓ ବେଟି ପଢ଼ାଓ’ କୁ ସମର୍ଥନ କରିବା ପାଇଁ ସେ ଏହାକୁ ଆଗକୁ ବଢାଉଛନ୍ତି । ଏହି ଦେଶରେ ଝିଅମାନଙ୍କ ସହିତ କିପରି ସମାନ ବ୍ୟବହାର କରାଯିବା ଆବଶ୍ୟକ ସେଥିପାଇଁ ସେ ଏହି ବାର୍ତ୍ତାକୁ ନିଜ ପରମ୍ପରା ମାଧ୍ୟମରେ ଆଗକୁ ବଢାଇବାକୁ ଚାଁହୁଛନ୍ତି । ତାସହିତ ଏହାକୁ ସେ ଆଗକୁ ଜାରି ରଖିବେ ବୋଲି ପ୍ରତିଜ୍ଞା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.