ନିଶାଶକ୍ତ ଅବସ୍ଥାରେ ଦୁଇଜଣ ସାଙ୍ଗଙ୍କ ଉନ୍ମତ୍ତକାଣ୍ଡ, ପେଟ୍ରେଲ ଢାଳି ସାଙ୍ଗକୁ ମରିଦେବାକୁ କଲେ ଉଦ୍ୟମ

ଜୀଅନ୍ତା ଜଳିଗଲେ ଯୁବକ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗାଁରେ ଏହି ଅଘଟଣ ଘଟିଛି। ଖବରପାଇ ବେଲଗୁଣ୍ଠା ଦମକଳବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନିଶାଶକ୍ତ ଅବସ୍ଥାରେ ଦୁଇଜଣ ସାଙ୍ଗ ତାକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ହେଲେ ଧୁମୁଛାଇ ଗାଁର ସନ୍ତୋଷ ନାୟକ। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି। ପେଟ୍ରେଲ ଢାଳି ନିଆଁ ଲାଗିଥିବା ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.