ରିଲିଜ ହେଲା ରାଜ କୁମାର ରାଓ ଅଭିନୀତ ‘ଛଲାଙ୍ଗ’ର ଫାଷ୍ଟ ପୋଷ୍ଟର

ଫିଲ୍ମ ‘ଛଲାଙ୍ଗ’ର ନିର୍ମାତା ମାନେ ନିଜ ଏହି ସିନେମାର ପ୍ରଥମ ପୋଷ୍ଟର ଜାରି କରିଛନ୍ତି । ପୋଷ୍ଟର ଟିରେ ନୁସରତ ଭରୁଚା ଓ   ରାଜ କୁମାର ରାଓ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏଥିରେ ଅଭିନେତା ରେଡ ସୁଟରେ ନିଦୁଆ ଲୁକ ଦେଉଥିବା ବେଳେ ନୁସ ରତ ବି ଫିଲ୍ମରେ ଖୁବ କମେଡି କରିବେ ବୋଲି ଜଣା ପଡୁଛି । କହି ରଖିବା ଉଚିତ କି ‘ଛଲାଙ୍ଗ’ ଏକ ହାସ୍ୟାସ୍ପଦ ସିନେମା । ଯାହାକି ଉତ୍ତର ଭାରତର ଏକ ସରକାରୀ ବିଦ୍ୟାଳୟରେ ନିଯୁକ୍ତ ଥିବା ଖେଳ ଶିକ୍ଷକଙ୍କ ପ୍ରେରଣାଦାୟୀ ଯାତ୍ରାକୁ ନେଇ ହିଁ ନିର୍ମାଣ ହୋଇଛି । ଫିଲ୍ମ ଟିରେ ରାଜ କୁମାରଙ୍କ ନାମ ମଣ୍ଟୁ ରଖାଯାଇଥିବା ବେଳେ ସେ ଏକ ସ୍କୁଲରେ ଏକ ଖେଳ ଶିକ୍ଷକ ଭାବେ କାମ କରନ୍ତି ।

chalang

ସମୟ ଅନୁଯାୟୀ ମଣ୍ଟୁଙ୍କ ସବୁ କିଛି ବାଜିରେ ଲାଗିଯାଇଛି । ମଣ୍ଟୁଙ୍କ ଏହି ଯାତ୍ରାକୁ ‘ଛଲାଙ୍ଗ’ ସିନେମାରେ ସ୍କୁଲ ପାଠ୍ୟକ୍ରମକୁ ଅତ୍ୟନ୍ତ ମଜାଦାର ତରିକା ରେ ଦେଖାଯାଇଛି । ସିନେମାଟିକୁ ନିର୍ଦ୍ଦେଶନା ଦେଇଛନ୍ତି ହନ୍ସଲ ମେହେଟା  । ଅନ୍ୟ ଭୂମିକାରେ ଅଛନ୍ତି ଲଭ ରଞ୍ଜନ, ଅସୀମ ଆରୋଡ । ଫିଲ୍ମର ନିର୍ମାନରେ ଅଛନ୍ତି ଅଜୟ ଦେଵଗନ, ଲଭ ରଞ୍ଜନ ଓ ଅଂକୁର ଗର୍ଗ । କାହାଣୀରେ ଥିଲେ ଲଭ ରଞ୍ଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.