ଖାର୍ଦ୍ଧା: ଡାକ୍ତରଙ୍କୁ ଗୁଳିମାଡ଼, ଗୁରୁତର ହେଲେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସ

ଖାର୍ଦ୍ଧା(କେନ୍ୟୁଜ୍): ଖାର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼। ମୁଖା ପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସ । ସେହିପରି କ୍ଲିନିକ ପାଖ ଔଷଧ ଦୋକାନୀ ବି ଗୁଳିମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ଡାକ୍ତର ମାନସ ମିଶ୍ର ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ। ଏତିକିବେଳେ ହଠାତ ତାଙ୍କ ଉପରେ ଗୁଲିମାଡ଼ ହୋଇଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ଖୋଳତାଡ ଆରମ୍ଭ କରିଛି ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଁ ସହରର ପ୍ରବେଶ ପଥକୁ ସିଲ୍‌ କରି ଯାଞ୍ଚ କରୁଛି। ତେବେ କିଏ ଓ କାହିଁକି ଡାକ୍ତରଙ୍କ ଉପରେ ଗୁଳି ଚଳାଇଲା ତାହା ସନ୍ଦେହଘେରରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.