ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ର‍୍ୟାକେଟ ସକ୍ରିୟ, ବନାଞ୍ଚଳ ପକ୍ଷରୁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ଜୋର ଧରିଛି ଚର୍ଚ୍ଚା

ଆଠଗଡ଼ (କେନ୍ୟୁଜ୍):  ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ର‍୍ୟାକେଟ ସକ୍ରିୟ । ଏପରିସ୍ଥିତିରେ ଆଠଗଡ଼ ବନାଞ୍ଚଳ ପକ୍ଷରୁ ଲଗାଯାଇଥିବା ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଗୋଟିଏ ବଜ୍ରକାପ୍ତା ଗାଁ ନିକଟବର୍ତ୍ତୀ ଜାଗାରେ ବୁଲୁଥିବା ସୂଚନା ମିଳିଛି । ଯଦି କୌଣସି ବ୍ୟକ୍ତି ଏହାର ସନ୍ଧାନ ପାଆନ୍ତି କିମ୍ବା ଧରେଇବାରେ ସାହାଯ୍ୟ କରନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ଏଥିପାଇଁ ଆଠଗଡ଼ ବନାଞ୍ଚଳ ଅଧିକାରୀ ଆଇଶା ଅଖତରି ନିଶାଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଗତ କିଛି ଦିନ ଭିତରେ ଆଠଗଡ଼ରେ ବଜ୍ରାକାପ୍ତା ଚାଲାଣ ଘଟଣାରେ ୧୨ଜଣଙ୍କୁ ବନବିଭାଗ ଗିରଫ କରିଛି । ହେଲେ ସେମାନଙ୍କ ନିକଟରୁ ଗୋଟିଏ ବି ବଜ୍ରକାପ୍ତା ଉଦ୍ଧାର ହୋଇପାରିନାହିଁ । ଏହି ଘଟଣାର ତଦନ୍ତ ଭାର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଦିଆଯାଇଥିବା ବେଳେ ଗତକାଲି ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ମଧ୍ୟ ଅଣାଯାଇଛି । ବଜ୍ରକାପ୍ତା ର‍୍ୟାକେଟର ଅନ୍ତର୍ଜାତୀୟ ଲିଙ୍କ୍‌ ଥିବା ଡିଏଫଓ କହିଛନ୍ତି । ହେଲେ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବି ବଜ୍ରକାପ୍ତା ମିଳିି ନଥିବା ବେଳେ ବଜ୍ରକାପ୍ତା ଧରେଇ ଦେଲେ ୧୦ ହଜାର ଟଙ୍କା ପୁରସ୍କାର ମିଳିବା ନେଇ ବନବିଭାଗ ପକ୍ଷରୁ ସର୍ବସାଧାରଣରେ ନୋଟିସ ଲଗାଯିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.