ଉଦଳା: ଗାଡ଼ି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଳା ଉଦଳା ଥାନା ଅଧିନ ଭୁରୁଡୁବଣି ଅଞ୍ଚଳର ଶିକ୍ଷକ ସୁୁଶୀଲ କୁମାର ଉଦଳା ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ । ଫଳ ଦୋକାନୀକୁ ସେ ୩୫ ହଜାର ଟଙ୍କା ଦେବା ପରେ ପରିବା କିଣିବା ପାଇଁ ଉଦଳା କୃଷକ ବଜାରକୁ ଯାଇଥିଲେ । ସେଠାରେ ବାଇକ ରଖି ପରିବା କିଣୁଥିବାବେଳେ ୪ ଜଣ ଯୁବକ ବାଇକରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ । ଉଦଳା ଥାନା ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.