Below header

ପାକିସ୍ତାନରେ ବାଦଲ ଫଟା ବର୍ଷା, ୨୩ ମୃତ ଏବଂ ଅନେକ ନିରୁଦ୍ଧିଷ୍ଟ

ପାକିସ୍ତାନର ନିଲମ ଘାଟିରେ ବାଦଲ ଫଟା ବର୍ଷା କାରଣରୁ ୨୩ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକଙ୍କ ପତ୍ତା ମିଳୁନାହିଁ। ଘାଟିର ଲାସବା ଅଞ୍ଚଳରେ ବଡ ସଂଖ୍ୟାରେ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଡଜନ ଲୋକ ରାତିରେ ବାଦଲ ଫାଟିବା ପରେ ଲଗାତର ବର୍ଷା କାରଣରୁ ବନ୍ୟାରେ ଭାଷି ଯାଇଛନ୍ତି।

ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ସେୟଦ ଅଲ-ରାହମାନ କୁରୈଶୀ କହିଛନ୍ତି ଯେ, ଘାଟିର ଲାସବା ଅଞ୍ଚଳରେ ଖରାପ ଭାବରେ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ଘର ଭାଷି ଯାଇଛି। କିଛି ଅଞ୍ଚଳରେ ଭୂସ୍ଖଳନର ମଧ୍ୟ ଖବର ଆସିଛି।

ଏହା ସହ ପଢ଼ନ୍ତୁ : ଆଜି ଠାରୁ ଭୋକରେ ରହି ଟ୍ରେନ ଚଲାଇବେ ଲୋକୋ ପାଇଲଟ୍, ଜାଣନ୍ତୁ କାହିଁକି

ସୂଚନା ରହିଛି ଯେ ମହିଳା ଏବଂ ପିଲାଙ୍କ ସହିତ ଅନେକ ଲୋକ ଏବେ ମଧ୍ୟ ନିରୁଦ୍ଧିଷ୍ଟ ଅଛନ୍ତି। ଲାସବାର ମୁଖ୍ୟ ବଜାରରେ ଦୁଇ ମସଜିଦ୍ ସହିତ ଅନେକ ସଂରଚନା ପୂରାପୂରୀ ଭାବରେ ନଷ୍ଟ ହୋଇଯାଇଛି।

ଏହି କାରଣରୁ ଫୋନ ଏବଂ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ, ଡିଜାଷ୍ଟର ମ୍ୟାନେଜମେଣ୍ଟ ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ସହିତ ଟୀମ କ୍ଷତିଗ୍ରସ୍ତ ଅଞ୍ଚଳରେ ସୁରକ୍ଷା ଅଭିଯାନ ଚାଲୁ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.