Below header

ବେଆଇନ ଇଂଜିନ ଅଏଲ ଟ୍ୟାଙ୍କର ଜବତ,ପୋଡା ମୋବିଲକୁ ପ୍ରୋସେସିଂ କରି କୋଲକାତା ହେଉଥିଲା ଚାଲାଣ

ବେଆଇନ ଇଂଜିନ ଅଏଲ ପ୍ରୋସେସିଂ ୟୁନିଟ୍‌ ଠାବ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ । ୟୁନିଟରୁ ଏକ ତେଲ ଟ୍ୟାଙ୍କର, କାର, ବହୁ ପରିମାଣରେ ତେଲ ଡ୍ରମ୍‌, ଜେନେରେଟର ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଜବତ କରିବା ସହ କାର ଡ୍ରାଇଭରକୁ ଗିରଫ କରାଯାଇଛି । ବାଲିଚନ୍ଦ୍ରପୁର ଥାନା ପତରାଜପୁର ନିକଟ ଏକ ଘରେ ଦୀର୍ଘ ଦିନ ଧରି ବେଆଇନ ଇଂଜିନ ଅଏଲ ପ୍ରୋସେସିଂ ୟୁନିଟ ଚାଲିଥିବାର ସୂଚନା ପାଇ ପୋଲିସ ଚଢାଉ କରିଥିଲା । ଘଟଣାସ୍ଥଳରୁ ବ୍ୟବସାୟରେ ସଂପୃକ୍ତ ଥିବା ମାଲିକ ଓ କର୍ମଚାରୀ  ଫେରାର ହୋଇଥିଲେ । ପାରାଦ୍ୱୀପ ଅଞ୍ଚଳରୁ ଏମାନେ ପୋଡା ମୋବିଲ ଆଣି ଏଠାରେ ପ୍ରୋସେସିଂ କରି କୋଲକାତା ଚାଲାଣ କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.