ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଢେଙ୍କାନାଳ: କୁଳେଇ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟରୁ ଅସରପା ବାହାରିଥିବା ଅଭିଯୋଗ କରିଥିଲେ ଅଭିଭାବକ । ପରେ ବିଦ୍ୟାଳୟରେ ତାଲା ପକାଇବା ସହ ବୈଠକ ଡାକିଥିଲେ । ସ୍କୁଲରେ ଥିବା ରୋଷେୟାକୁ କାର୍ଯ୍ୟରୁ ବାହାର କରିବା ପାଇଁ ଦାବି କରିଥିଲେ । ସେପଟେ ଏହି ଘଟଣାକୁ ନେଇ ଆଜି ବିଦ୍ୟାଳୟରେ ଜରୁରୀ ବୈଠକ ବସିଥିଲା । ଆଗକୁ ଏଭଳି ଘଟଣାକୁ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.