Below header

ସମସ୍ୟାରୁ ମୁକୁଳିବାର ଅଛି ତ ପ୍ରଥମ ଦରମା ଖର୍ଚ୍ଚ କରିବା ପୂର୍ବରୁ ଏହି କଥାକୁ ଧ୍ୟାନ ଦିଅନ୍ତୁ

୨୦ ବର୍ଷ ବୟସ ପାର୍ ହେବା ପରେ ଆପଣ ଆପଣଙ୍କ କ୍ୟାରିୟର ଅନୁସାରେ କିଛି ନା କିଛି ରୋଜଗାର ଖୋଜିବାରେ ଲାଗି ପଡ଼ନ୍ତି। ଆଉ ଯେତେବେଳେ ଆପଣଙ୍କୁ ପ୍ରଥମ ଦରମା ମିଳିଥାଏ, ସେତେବେଳେ ଆପଣ ବୁଝିପାରନ୍ତି ନାହିଁ ଯେ କେଉଁ ଉପାୟରେ ଏହାକୁ ଖର୍ଚ୍ଚ କରିବେ। ଆଉ ପରିଣାମ ସ୍ବରୂପ ଭୁଲ୍ ଉପାୟରେ ଟଙ୍କା ଖର୍ଚ୍ଚ ହେବା ଦ୍ବାରା ଆପଣଙ୍କର ସମସ୍ତ ଦରମା ଟଙ୍କା ସରିଯାଏ। ତେବେ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଏହା ଜାଣିବା ଜରୁରୀ ଯେ କିଭଳି ଯୋଜନା ତିଆରି କରି ଟଙ୍କା ଖର୍ଚ୍ଚ କରିବେ। ଆସନ୍ତୁ ଜାଣିବା, ଏହି ଅଭ୍ୟାସରୁ ଆପଣ କିପରି ଦୂରେଇ ପାରିବେ।

money girl

ବଜେଟ ପ୍ରସ୍ତୁତ କରିବା ଜରୁରୀ

ସର୍ବପ୍ରଥମେ ବଜେଟ ପ୍ରସ୍ତୁତ କରନ୍ତୁ। ଆପଣଙ୍କୁ କେତେ ପଇସା ମିଳିଛି, ସେହି ଅନୁସାରେ ଖର୍ଚ୍ଚର ତାଲିକା କରନ୍ତୁ। ଯଦି ଅଧିକ ଖର୍ଚ୍ଚ ହୋଇଯାଇଛି, ତା’ ହେଲେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ଆପଣ ଆପଣଙ୍କ କଷ୍ଟ ଉପାର୍ଜିତ ଧନକୁ କେଉଁଠାରେ ଖର୍ଚ୍ଚ କରିଦେଇଛନ୍ତି।

girl money

ସଞ୍ଚୟ ଅଭ୍ୟାସ ରଖନ୍ତୁ
ଆପଣ ସମସ୍ତ ଖର୍ଚ୍ଚର ହିସାବ କରିସାରିବା ପରେ କିଛି ପଇସା ସଞ୍ଚୟ ପାଇଁ ରଖନ୍ତୁ। ସେ ଅଳ୍ପ ପଇସା ହେଉ ନା କାହିଁକି ଏହି ଅଭ୍ୟାସ ଆପଣଙ୍କୁ ଖର୍ଚ୍ଚ କମ୍ କରିବାରେ ବଡ଼ ସାହାଯ୍ୟ କରିବ। ଏହାସହିତ ଦରକାର ବେଳେ ଆପଣଙ୍କୁ କାହାଠାରୁ ହାତ ଉଧାରି କରିବାର ଆବଶ୍ୟକ ପଡ଼ିବ ନାହିଁ।

money save

ନିବେଶ କରିବା ଶିଖନ୍ତୁ

ଆପଣଙ୍କ ପଇସାକୁ କେବଳ ସଞ୍ଚୟ କରି ପାଖରେ ରଖନ୍ତୁ ନାହିଁ, ବରଂ ଏଭଳି ଉପାୟରେ ବାହାର କରନ୍ତୁ, ଯେପରି ପଇସା କିଛି ବଢ଼ିଥିବ। ଏହାପାଇଁ ଜରୁରୀ ଯେ ଠିକ୍ ଜାଗାରେ ଆପଣଙ୍କ ପଇସା ନିବେଶ ହେବା। ଯେପରି ମିଚ୍ୟୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟ, ଫିକ୍ସଡ ଡିପୋଜିଟ୍ କିମ୍ବା ରିୟଲ ଷ୍ଟେଟ୍। ଏହି ସବୁ ଜାଗାରେ ପଇସା ନିବେଶ କଲେ ଆପଣଙ୍କ ପଇସା ସୁରକ୍ଷିତ ରହିବ ଏବଂ ବଢ଼ିବ ମଧ୍ୟ।

credit card

କ୍ରେଡିଟ୍ କାର୍ଡ ବ୍ୟବହାର ବନ୍ଦ କରନ୍ତୁ

ଅନେକ ଯୁବକଙ୍କ ଅଭ୍ୟାସ ଯେ ସେମାନେ ବ୍ୟାଙ୍କରେ କ୍ରେଡିଟ୍ କାର୍ଡ ବନେଇ ଦିଅନ୍ତି ଏବଂ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାରେ ଲାଗନ୍ତି। ଏଭଳି କିଛି ଅଭ୍ୟାସରୁ ଦୂରେଇବା ପାଇଁ କ୍ରେଡିଟ୍ କାର୍ଡର ବ୍ୟବହାର ନ କରିବା ଭଲ। କାରଣ ଅଧିକ ଖର୍ଚ୍ଚ କରିଦେବା ଫଳରେ ଆପଣଙ୍କ ସାମ୍ନାକୁ ଏହାର ବିଲ୍ ପେମେଣ୍ଟ କରିବାର ସମସ୍ୟା ଆସିଯିବ ଏବଂ ଆପଣ କରଜରେ ବୁଡ଼ିଯାଇ ପାରନ୍ତି।

note note

କିଛି ପଇସା ଜରୁରୀ କାମ ପାଇଁ ରଖନ୍ତୁ

ଆପଣଙ୍କ ସମସ୍ତ ପଇସା ସଞ୍ଚୟ କିମ୍ବା ଖର୍ଚ୍ଚରେ ବିନିଯୋଗ କରନ୍ତୁ ନାହିଁ। କିଛି ନଗଦ ଏମରଜେନ୍ସି ପାଇଁ ମଧ୍ୟ ରଖନ୍ତୁ। କେବେ କେବେ ହଠାତ୍ କିଛି ଜରୁରୀ କାମ ଆସିଥାଏ। ଏଥିପାଇଁ ଟଙ୍କା ଆପଣଙ୍କ ହାତରେ ରହିବା ନିହାତି ଜରୁରୀ।

ଏହାସହ ପଢ଼ନ୍ତୁ: ‘ମାଉଣ୍ଟ ଆବୁ’ ବୁଲିବା ପାଇଁ ମନସୁନ୍ ହେଉଛି ବେଷ୍ଟ ସିଜନ୍, ଆଉ ଡେରି ନ କରି ଏବେଠୁ କରନ୍ତୁ ପ୍ଲାନ୍

money boy

ଆପଣଙ୍କ ଆୟର ଅନ୍ୟ ମାଧ୍ୟମ ତିଆରି କରନ୍ତୁ

ଯେଉଁ କ୍ଷେତ୍ରରେ ଆପଣ କାମ କରୁଛନ୍ତି, ତା’ ସହିତ ଜଡ଼ିତ ଅନ୍ୟ କିଛି କାମ କରି ରୋଜଗାର ବ୍‌ଦ୍ଧି କରିପାରିବେ। କିଛି ପ୍ରୋଜେକ୍ଟ କିମ୍ବା ଏକାଧିକ ସଂସ୍ଥା ପାଇଁ କାମ କରିବା ଆରମ୍ଭ କରିଦିଅନ୍ତୁ। ଏଥରୁ ଆପଣଙ୍କ ବଳକା ସମୟ ବି ଉପଯୋଗ ହୋଇପାରିବ ଏବଂ ଅତିରିକ୍ତ ଆୟର ବାଟ ଫିଟିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.