Below header

ବିଶ୍ଵର 5ଟି ବିପଦପୂର୍ଣ୍ଣ ସ୍ଥାନ, ଯାହା ମୃତ୍ୟୁର ଦ୍ବାର ସହ ସମାନ

ଏହି ଦୁନିଆ ଯେତିକି ସୁନ୍ଦର ଅଟେ ସେତିକି ବିପଦପୂର୍ଣ୍ଣ ମଧ୍ୟ ଅଟେ। ସାଧାରଣତଃ ସମସ୍ତେ ସୁରକ୍ଷିତ ସ୍ଥାନରେ ରହିବା ଏବଂ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠିକି ଯିବା ଏକ ବଡ଼ ଵିପଦଠୁ କମ ନୁହେଁ। ଆସନ୍ତୁ ଜାଣିବା ସେପରି କିଛି ସ୍ଥାନ ବିଷୟରେ ..

ଏହା ହେଉଛି ଜାପାନର ‘ଖୁନି ପୋଖରୀ’ ଯାହାକି ଏଠାକାର ସବୁଠୁ ପ୍ରସିଦ୍ଧ ସ୍ଥାନ ମଧ୍ୟରେ ଗୋଟିଏ। ଏହି ପୋଖରୀରେ ପଂହରିବା କିନ୍ତୁ ମନା । କାରଣ ସାଧାରଣତଃ ଏହାର ତାପମାତ୍ରା 194ଡିଗ୍ରୀ ଫାରେନହାଇଟ ବା 90ଡିଗ୍ରୀ ସେଲସିୟସ ହୋଇଥାଏ। ଏହି ପୋଖରୀରେ ଲୁହା ଏବଂ ଲୁଣର ମାତ୍ରା ବହୁତ ଅଧିକ ଥାଏ ଏବଂ ଏହାର ପାଣିର ବର୍ଣ୍ଣ ରକ୍ତବର୍ଣ୍ଣ ବା ଲାଲ ରଙ୍ଗର ହୋଇଥାଏ। ଏହି ପାଣି ରୁ ସବୁବେଳେ ବାଷ୍ପ ବାହାରୁଥାଏ ସେଥିପାଇଁ ଏହାକୁ ଦେଖିଲେ ଏପରି ଲାଗିଥାଏ ଯେପରି ଏହା ନର୍କକୁ ଦ୍ୱାର ଅଟେ।

ମିଆଁମାର ନିକଟରେ ଅବସ୍ଥିତ ରାମ୍ରି ଦ୍ବୀପ। ଯେଉଁଠିକି ଲୁଣିପାଣିରେ ଭରା ଅନେକ ହ୍ରଦ ରହିଛି ଓ ଏହା ଭୟଙ୍କର କୁମ୍ଭୀର ମାନଙ୍କ ଦ୍ୱାରା ପରିପୂର୍ଣ। କୁହାଯାଏ କି ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନର 1000 ଯବାନ ବ୍ରିଟିଶ ସୈନିକଙ୍କ ଠୁ ବଂଚିବା ପାଇଁ ଏହି ଦ୍ଵିପରେ ପହଂଚି ଯାଇଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରାୟତଃ ଯବାନ ଏଠାରେ ଥିବା ଭୟଙ୍କର କୁମ୍ଭୀର ମାନଙ୍କ ଦ୍ୱାରା ଶିକାର ହୋଇଥିଲେ।ମାତ୍ର 20 ଜଣ ସୈନିକ ହିଁ ସେଠାରୁ ବଞ୍ଚିକି ଫେରିଥିଲେ।

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରେ ଗୋଟିଏ ହେଉଛି ସ୍ପେନର ‘ରୟାଲ ପାଥ’। ଏହା ଜର୍ଜ ଏଲ ଚୋରୋ ନିକଟସ୍ଥ ଅଲୋରା ନାମକ ଏକ ଗ୍ରାମ ପାଖେ ଅବସ୍ଥିତ। ଏହି ବିପଦପୂର୍ଣ୍ଣ ରାସ୍ତାଟି 300ରୁ 900 ଫୁଟ ଉପରେ ଅବସ୍ଥିତ। ଏହାର ଲମ୍ବ 1.8 ମିଟର ଏବଂ ଚଉଡା ମାତ୍ର 3ଫୁଟ ଅଟେ। ଏହାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି । କିନ୍ତୁ ରୋମାଞ୍ଚକର ଓ ସଉକିନ ପର୍ଯ୍ୟଟକ ମାନେ ଏହା ଉପରେ ଯିବା ଆସିବା କରନ୍ତି। ପ୍ରାୟତଃ ଏହି ସ୍ଥାନରୁ ଖସି ମୃତ୍ୟୁ ହୋଇଥିବା ଖବର ବହୁତ ଆସେ।

ବ୍ରାଜିଲରେ ମଧ୍ୟ ଏକ ଭୟଙ୍କର ସ୍ଥାନ ରହିଛି ଯାହା ସ୍ନେକ ଆଇଲ୍ୟାଣ୍ଡ ବା ସାପଙ୍କ ଘର ନାମରେ ନାମିତ କରାଯାଇଛି କାରଣ ଏହି ଦ୍ବୀପ କେବଳ ସାପ ମାନଙ୍କ ଦ୍ୱାରା ପରିପୂର୍ଣ। ଏଠାରେ ଦୁନିଆର ସବୁଠୁ ଭୟଙ୍କର ସାପ ଦେଖାଯାଇଥାଏ। ବ୍ରାଜିଲିଆନ ନ୍ୟାଭି ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଉପରେ କଟକଣା ଜାରି କରିଛି।

ଜାପାନର ମିଆକୋଜିମା ଇଜୁ ନାମକ ଏକ ଦ୍ବୀପ ଏତେ ଭୟଙ୍କର ଅଟେ ଯେ ଏଠାରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଥାଏ। ଏହି ଦ୍ଵିପରେ ବଂଚି ରହିବା ପାଇଁ ଏଠାକାର ଲୋକମାନେ ସଦାବେଳେ ଗ୍ୟାସମାସ୍କ ବ୍ୟବହାର କରିଥାନ୍ତି କାରଣ ଏଠାକାର ଜଳବାୟୁରେ ବିଷାକ୍ତ ଗ୍ୟାସର ମାତ୍ରା ବହୁତ ଅଧିକ ଅଟେ ଏବଂ ଏଠାରେ ଥିବା ଓୟାମା ଜ୍ୱାଳାମୁଖୀ ସବୁବେଳେ ଜ୍ୱଳନ୍ତ ଅବସ୍ଥାରେ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.