Below header

ଏ ହେଉଛି ଭାରତର ସବୁଠାରୁ ରହସ୍ୟମୟୀ କୁଣ୍ଡ, ଯେଉଁଠି ତାଳି ମାରିଲେ ଉପରକୁ ଆସିଥାଏ ପାଣି

ଦୁନିଆରେ ଏମିତି ଅନେକ ଜଳକୁଣ୍ଡ ରହିଛି ଯାହାର ରହସ୍ୟ ଆଜି ମଧ୍ୟ ବୁଝିବା କଷ୍ଟକର ହୋଇଥାଏ। ଏକ ଏମିତି ରହସ୍ୟମୟୀ କୁଣ୍ଡ ଭାରତରେ ମଧ୍ୟ ରହିଛି। ଏହି କୁଣ୍ଡର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବିବେ ଏମିତି କେମିତି ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟୀ କୁଣ୍ଡ ବିଷୟରେ।

ଏହି ରହସ୍ୟମୟୀ କୁଣ୍ଡ ବୋକାରୋ ଜିଲ୍ଲାରେ ସ୍ଥିତ। ଏହା ବିଷୟରେ କୁହାଯାଏ ଯେ ଯଦି ଆପଣ କୁଣ୍ଡ ସାମ୍ନାରେ ତାଳି ମାରନ୍ତି ତେବେ ପାଣି ମନକୁ ମନ ଉପରକୁ ଉଠିବାକୁ ଲାଗିବ। ଏହାକୁ ଦେଖିଲେ ଏମିତି ଲାଗିଥାଏ ଯେ ଯେପରି ଲାଗିଥାଏ କୌଣସି ପାତ୍ରରେ ପାଣି ଫୁଟୁଛି। ଏହି ରହସ୍ୟର ଠିକଣା ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣି ପାରିନାହାନ୍ତି। ଭୂ-ବୈଜ୍ଞାନିକ ମଧ୍ୟ ଏହାର ପତ୍ତା ଲଗାଇ ପାରି ନାହାନ୍ତି।

kundଏହାକୁ ଦଲାହୀ କୁଣ୍ଡ ନାମରେ ମଧ୍ୟ ଜଣାଯାଏ। ଏହା କଂକ୍ରୀଟ କାନ୍ଥରେ ଘେରି ହୋଇ ରହିଛି। କୁହାଯାଏ ଯେ ଏହି କୁଣ୍ଡରେ ଗରମରେ ଥଣ୍ଡା ଏବଂ ଥଣ୍ଡା ଦିନରେ ଗରମ ପାଣି ବାହାରିଥାଏ। ଏହା ମଧ୍ୟ ଏକ ରହସ୍ୟ ହୋଇ ରହିଛି।

ଏହା ସହ ପଢ଼ନ୍ତୁ : ସମୁଦ୍ର ମଧ୍ୟରେ ହଜି ଯାଇଥିବା ୫ଟି ରହସ୍ୟମୟ ସହର ଯାହାର ଆବିଷ୍କାର ଆଶ୍ଚର୍ଯ୍ୟ କରି ଦେଇଛି ସାରା ବିଶ୍ଵକୁ

ଲୋକଙ୍କର ମାନ୍ୟତା ଏହା ଯେ ଏହି କୁଣ୍ଡ ପାଣିରେ ଗାଧୋଇବା ଦ୍ବାରା ଚର୍ମ ରୋଗ ଦୂର ହୋଇଯାଇଥାଏ। ଭୂ-ବୈଜ୍ଞାନିକଙ୍କ କହିବା କଥା ଯେ ଯଦି ଏହି କୁଣ୍ଡର ପାଣିରେ ଗାଧୋଇବା ଦ୍ବାରା ଚର୍ମ ରୋଗ ଦୂର ହୋଇଥାଏ ତେବେ ଏହାର ଅର୍ଥ ଏଥିରେ ଗନ୍ଧକ ଏବଂ ହିଲିୟମ ଗ୍ୟାସ୍ ମଧ୍ୟ ରହିଛି।

ଏହି ସ୍ଥାନରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମେଳା ଲାଗିଥାଏ। ଦୂର-ଦୂରାନ୍ତରୁ ଲୋକମାନେ ଏଠାକୁ ଗାଧୋଇବାକୁ ଆସନ୍ତି। ଏହି ରହସ୍ୟମୟୀ କୁଣ୍ଡ ପାଖରେ ଦଲାହୀ ଗୋସାଇଁ ନାମକ ଦେବତାଙ୍କ ସ୍ଥାନ ରହିଛି। ଯେଉଁଠି ପ୍ରତି ରବିବାରରେ ଲୋକମାନେ ଏଠାକୁ ପୂଜା କରିବା ପାଇଁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.