ଯାଜପୁରରେ ପୁଣି ମାତିଲେ କଳା ପଲସର ଲୁଟେରା, ଝାମ୍ପି ନେଲେ ଗହଣା ଦୋକାନୀଙ୍କ ସୁନା ବ୍ୟାଗ୍

ଯାଜପୁର ଟାଉନ: ଯାଜପୁର ସହରରେ କଳା ପଲସର ଆତଙ୍କ । ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ୱିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର । ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଦୁଇ ଜଣ ଲୁଟେରା ଗୋଟିଏ କଳା ପଲସରରେ ଆସି ତାଙ୍କ ହାତରୁ ଅଳଙ୍କାର ଭର୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ପ୍ରତ୍ୟେକ ରାତ୍ରିରେ ରମାକାନ୍ତ ମୂଲ୍ୟବାନ ଅଳଙ୍କାରକୁ ନିଜ ଘରକୁ ନେଇ ଯାଆନ୍ତି ଏବଂ ସକାଳୁ ଆସିବା ବେଳେ ନିଜ ଦୋକାନକୁ ଆଣିଥାନ୍ତି । ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଛି । ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସହରରେ ଏକାଧିକଥର ଲୁଟେରା ଦ୍ୱିନ ଦ୍ୱିପ୍ରହରରେ ଲୁଟ କରି ଫେରାର ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.