ଅଗଷ୍ଟରେ ୧୦ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ପୂରା ତାଲିକା

ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି। ଏହି ମାସରେ ରାଖି ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ସମେତ କେତେକ ପର୍ବ ପଡ଼ୁଛି, ଯେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆପଣ ବ୍ୟାଙ୍କିଙ୍ଗ୍‌ ସହ ଜଡ଼ିତ କିଛି କାମ କରିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଛୁଟିଦିନଗୁଡ଼ିକୁ ଚେକ୍‌ କରିନିଅନ୍ତୁ। ଆଜି ଆମେ ଆପଣଙ୍କୁ ଏକ ତାଲିକା ଦେବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ଜାଣିପାରିବେ ଅଗଷ୍ଟ ମାସରେ କେତେ ଦିନ ଏବଂ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

ଏହାସହ ପଢ଼ନ୍ତୁ: ମା’ କୋଳରୁ ଉଠାଇ ନେଇ ଶିଶୁକନ୍ୟାକୁ କଲେ ଗଣଦୁଷ୍କର୍ମ, କାନ୍ଦିବାରୁ କାଟିଦେଲେ ମୁଣ୍ଡ

bank 2

ତେବେ ରାଜ୍ୟ ହିସାବରେ ବ୍ୟାଙ୍କ ଛୁଟି ଅଲଗା ଅଲଗା ହୋଇଥାଏ। କିନ୍ତୁ ଏହି ମାସରେ ପାଖାପାଖି ୮ ଦିନ ଏପରି ଅଛି, ଯେଉଁଦିନ ଦେଶର ସର୍ବାଧିକ ବ୍ୟାଙ୍କ ଏକ ସଙ୍ଗେ ବନ୍ଦ ରହିବ। ଯେମିତି କି, ଅଗଷ୍ଟ ୧୫ ଗୁରୁବାର ପଡ଼ୁଛି ସ୍ୱାଧୀନତା ଦିବସ, ତେଣୁ ଏହିଦିନ ଦେଶର ଅଧିକରୁ ଅଧିକ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୧୨ ତାରିଖ ସୋମବାର ପଡ଼ୁଛି ଇଦ୍‌-ଉଲ୍‌-ଜୁହା। ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ। ଏଠାରେ କହି ରଖୁଛୁ, ଅଗଷ୍ଟ ୪, ୧୧, ୧୮ ଏବଂ ୨୫ ତାରିଖ ରବିବାର ପଡ଼ୁଛି। ଏମିତିରେ ୪ ରବିବାର ବ୍ୟାଙ୍କ ବନ୍ଦ। ଏହାଛଡ଼ା ୧୦ ଏବଂ ୨୪ ଅଗଷ୍ଟ ହେଉଛି ମାସର ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶନିବାର। ଏହି ଦୁଇଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିଥାଏ।

babk 3

ଯଦି ରାଜ୍ୟ ହିସାବରେ ଏହି ୮ ଦିନ ବ୍ୟତୀତ ଅନ୍ୟ ଛୁଟି ଗଣାଯାଏ, ତେବେ ମୁମ୍ବାଇରେ ଅଗଷ୍ଟ ୧୭ରେ ବ୍ୟାଙ୍କ ବନ୍ଦ ରହିବ। ଏହି ଦିନ ପାର୍ସୀ ନ୍ୟୁ ଇୟର, ତେଣୁ ବ୍ୟାଙ୍କରେ ଆପଣଙ୍କ କାଯ୍ୟର୍ ହୋଇପାରିବ ନାହିଁ। ସେହିପରି ୨୦ ଅଗଷ୍ଟ ମଙ୍ଗଳବାର ପଡ଼ୁଛି ଶ୍ରୀଶ୍ରୀ ମାଧବ ଦେବ ତିଥି। ଏହି କାରଣରୁ ଆସାମରେ ବ୍ୟାଙ୍କ ବନ୍ଦ ରହିବ। ଏପଟେ ୩ ଅଗଷ୍ଟ ଶନିବାରକୁ ହରିୟାଲି ତିଜ୍‌ ପାଳନ କରାଯିବ। ଏହି ପର୍ବ ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ଚଣ୍ଡୀଗଡ଼ରେ ପାଳନ କରାଯାଇଥାଏ। ତେଣୁ ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ।

bank 5

ଏତଦ୍‌ ବ୍ୟତୀତ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ପଡ଼ୁଥିବାରୁ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। ଅଗଷ୍ଟ ୩୧ ଶନିବାର ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶ ଉତ୍ସବ। ଏହାକୁ ପଞ୍ଜାବ ଏବଂ ହରିୟାଣାରେ ଧୁମଧାମରେ ପାଳନ କରାଯାଉଥିବାରୁ ବ୍ୟାଙ୍କିଙ୍ଗ ସହ ଜଡ଼ିତ କାମ ହୋଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.