ବିଭିନ୍ନ ପେନସନଧାରୀଙ୍କ ପାଇଁ ଜରୁରୀ ଖବର, ତୁରନ୍ତ ଯାଆନ୍ତୁ ବ୍ୟାଙ୍କ୍ ନଚେତ ପେନସନ୍ ହୋଇଯିବ ରଦ୍ଦ
ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ବିଭିନ୍ନ ପେନସନ୍ ପାଇଁ ଦିଆଯାଇଥିବା ଭୁଲ ବ୍ୟାଙ୍କ୍ ଖାତା ଉପରେ ସମାଜ କଲ୍ୟାଣ ବିଭାଗ କଡା ପଦକ୍ଷେପ ନେଇଛି। ବିଭାଗ ପକ୍ଷରୁ ପେନସନଧାରୀଙ୍କୁ ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ନିଜର ଅପଡେଟ୍ ଖାତା ନମ୍ବର ଦିଅନ୍ତୁ।
ଯଦି ତୁରନ୍ତ ଅପଡେଟ୍ ଖାତା ଦେଉ ନାହାନ୍ତି ତେବେ ପେନସନ ବନ୍ଦ ହୋଇଯାଇ ପାରେ। ଜୁଲାଇରେ ସମାଜ କଲ୍ୟାଣ ବିଭାଗ ବୃଦ୍ଧ, ଦିବ୍ୟାଙ୍ଗ, କୃଷକ ସମେତ ପେନସନ୍ ସୁବିଧା ଦେଇଥିଲା। ଏଥିରେ ଡେରାଡୁନ୍ ଜିଲ୍ଲାରେ ୩୫୦ ପେନସନଧାରୀଙ୍କର ଭୁଲ ଖାତା ବାହାରିଲା।
ଏମାନଙ୍କ ମଧ୍ୟରୁ ୧୫୦ ଜଣ ବୃଦ୍ଧା, ୧୨୦ ଜଣ ବିଧବା, ୬୦ ଜଣ ଦିବ୍ୟାଙ୍ଗ ଏବଂ ୨୦ ଜଣ ଚାଷୀଙ୍କ ପେନସନ ସାମିଲ ରହିଛି। କିଛି ଲୋକ ସେମାନଙ୍କ ଅପଡେଟ୍ ଖାତା ନମ୍ବର ଦେଇ ନାହାନ୍ତି ତ ଆଉ କିଛି ଲୋକଙ୍କ ଖାତା ନମ୍ବର ସାମିଲ ହୋଇ ନାହିଁ । ଏହି କାରଣରୁ ମାସ ମାସ ଧରି ଅନେକଙ୍କୁ ପେନସନ ମିଳି ପାରୁନାହିଁ। ଅଧାରୁ ଅଧିକଙ୍କୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ପେନସନ ମିଳିନାହିଁ। ଏହା ଉପରେ ସେମାନଙ୍କୁ ଅନ୍ତିମ ନୋଟିସ ଜାରି କରାଯାଇଛି।
ଯେଉଁ ପେନସନଧାରୀ ବ୍ୟାଙ୍କରେ ଭୁଲ୍ ଖାତା ଦେଇଛନ୍ତି ସେମାନଙ୍କୁ ଅପିଲ କରାଯାଇଛି ଯେ ସେମାନେ ତୁରନ୍ତ ନିଜ ଅପଡେଟ ଖାତା ବିଭାଗକୁ ଦିଅନ୍ତୁ। ନଚେତ୍ ପେନସନ୍ ରଦ୍ଦ କରିବାକୁ ସେମାନେ ବାଧ୍ୟ ହେବେ ।