ଯାଜପୁର: ଦିନ ଦ୍ବିପ୍ରହରରେ ମାତିଛନ୍ତି ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

ଯାଜପୁର ଟାଉନ: ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଗରିଆପୁର ପ୍ରାଥମିକ ସ୍କୁଲ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁୁଟିନେଳେ ଦୁର୍ବୃତ୍ତ । ଲୁଟର ଶିକାର ମହିଳା ହେଲେ ଯାଜପୁର ଥାନା ବାମଦେବପୁର ଅଚଂଳର ପୁଷ୍ପାରାଣୀ ସ୍ୱାଇଁ । ପୁଷ୍ପାରାଣୀ ତାଙ୍କ ଝିଆରୀଙ୍କ ସହିତ ମାର୍କେଟିଂ କରିବାକୁ ଆସିଥିବା ସମୟରେ ଗରିଆପୁର ନିକଟରେ ଲୁଟର ଶିକାର ହୋଇଥିଲେ । ଦୁର୍ବୃତ୍ତ ମାନେ ବାଇକରେ ଆସି ପଛପଟୁ ତାଙ୍କ ବେକରୁ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲଟେରା ମାନଙ୍କର କୌଣସି ପତ୍ତା ମିଳିନାହଁ । ଘଟଣାସମ୍ପର୍କରେ ପୁଷ୍ପାରାଣୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.