Below header

ଦୂତୀ ଚାନ୍ଦଙ୍କୁ ମିଳିଲା ଭୋଗ୍‌ ଇଣ୍ଡିଆ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଭୋଗ୍‌ ଇଣ୍ଡିଆ ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି ଏକ ବର୍ଣ୍ଣଢ୍ୟ ଉତ୍ସବରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ମଧ୍ୟରେ ଦୂତୀଙ୍କୁ ମିଳିଛି ଏହି ମର୍ଯ୍ୟାଦାଜନକ ସମ୍ମାନ । ଆହୁରି ମଧ୍ୟ ଭୋଗ ଇଣ୍ଡିଆର କଭର ପେଜରେ ଦୂତୀଙ୍କ ଫଟୋ ଆସୁଛି ।

DUTEE-1

ଏହି ପତ୍ରିକାର ନଭେମ୍ବର ମାସ ସଂସ୍କରଣରେ ସ୍ପୋର୍ଟସ୍‌ ପରସନ ଅଫ ଦ ଇୟର ଭାବେ କଭର ପେଜରେ ଦୂତୀ ସ୍ଥାନ ପାଇଛନ୍ତି । ଗତକାଲି ଆୟୋଜିତ ହୋଇଥିବା ଏହି ପୁରସ୍କାର ଉତ୍ସବରେ ବଲିଉଡ୍‌ ନାୟିକା କାଟ୍ରିନା କୈଫ, ଅନୁଷ୍କା ଶର୍ମା, ନାୟକ ଆଲିଆ ଭଟ୍ଟ, ରଣବୀର ସିଂହ ପ୍ରମୁଖ ମଧ୍ୟ ପୁରସ୍କୃତ ହୋଇଥିଲେ ।

ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ଗାଁ ଚକଗୋପାଳପୁରରେ ଜନ୍ମ ନେଇ ଦୂତୀ ଆଜି ରାଜ୍ୟ ସମେତ ଦେଶକୁ ସାରା ବିଶ୍ୱରେ ଗୌରବାନ୍ଵିତ କରିଛନ୍ତି । ସେ କେବଳ ଜଣେ ଆଥ୍‌ଲେଟ୍‌ ନୁହନ୍ତି କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣା । କାରଣ ଯେଉଁଭଳି ଦାରିଦ୍ର୍ୟ ପରିସ୍ଥିତି ଏବଂ ସଂଘର୍ଷ କରି ସେ ନିଜକୁ ଜଣେ ବିଶ୍ୱସ୍ତରୀୟ ଆଥ୍‌ଲେଟ୍‌ ଭାବେ ପ୍ରତିପାଦିତ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ନିକଟରେ ରାଞ୍ଚି ଠାରେ ଆୟୋଜିତ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ଏହି ଧାବିକା ୧୧.୨୨ ସେକେଣ୍ଡ ନେଇ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ଼ କରିଛନ୍ତି । ନିଜ ରେକର୍ଡ଼ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି ଦୂତୀ । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ପଦକ ଜିତିବା ହେଉଛି ଦୂତୀଙ୍କ ଲକ୍ଷ୍ୟ ।

DUTEE-4ଭୋଗ ଇଣ୍ଡିଆ ପକ୍ଷରୁ ଦୂତୀଙ୍କୁ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପ୍ରଦାନ କରାଯିବା ପରେ ତାଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.