ଗୁଜୁରାଟ: କାନ୍ଦଲା ପୋର୍ଟରେ ସ୍ପେଷାଲ ଏଣ୍ଟ୍ରାନ୍ସରେ ନଛାଡିବାରୁ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଗୁଜୁରାଟ: କାନ୍ଦଲା ପୋର୍ଟରେ କିଛି ଦୁର୍ବୃତ୍ତ ମୁଣ୍ଡରେ ହେଲମେଟ ଓ କପଡା ପିନ୍ଧି ସିକ୍ୟୁରିଟି ଗାର୍ଡମାନଙ୍କୁ ଖଣ୍ଡାରେ ହାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହା ପଛରେ କାରଣ ହେଉଛି ଦୁର୍ବୃତ୍ତ ମାନେ ସ୍ପେଷାଲ ଏଣ୍ଟ୍ରାନ୍ସରେ ଏଣ୍ଟ୍ରି କରିବାକୁ ଚାହିଁବାରୁ ସିକ୍ୟୁରିଟ ଗାର୍ଡ ସେମାନଙ୍କୁ  ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତ ମାନେ ଜଣକ ପରେ ଜଣେ ଖଣ୍ଡା ଓ ବାଡି ଆଣି ସିକ୍ୟୁରିଟ ଗାର୍ଡ ମାନଙ୍କୁ ଆକ୍ରମଣ କରିଥିଲେ। ପରେ ସେଠାରୁ ସେମାନେ ଖସି ପଳାଇଥିଲେ।

ଏହି ଘଟଣା ସମୟରେ ସେଠାରେ ଜଣେ ପୋଲିସ କର୍ମ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ନିରାବଦଷ୍ଟା  ସାଜିଥିବାର ଭିଡିଓରେ ଦେଖିବାକୁ ମିଳିଛି। କାରଣ ପୋଲିସ ଅଧିକାରୀ ଜଣେ  ଓ ଦୁର୍ବୃତ୍ତମାନେ ଏକାଧିକ ଓ  ହାତରେ ମାରଣାସ୍ତ୍ର ଥିବାରୁ ଭୟରେ ଦୁର୍ବୃତ୍ତଙ୍କ ପାଖ ମାଡିନଥିଲେ ପୋଲିସ ଅଧିକାରୀ ଜଣକ। ଏହି ଘଟଣା ପରେ ଡିଏସପି ଡିଏସ ଭାଗଲା କହିଛନ୍ତି  ଘଟଣାର ତଦନ୍ତ କରାଯାଇ ଖୁବଶୀଘ୍ର  ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯିବ। ଘଟଣାଟି ୫ ତାରିଖରେ ଘଟିଥିବାର ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.