Below header

ଭାଙ୍ଗିଯାଇଥିଲା ପ୍ରଜାପତିର ଡେଣା ମହିଳା କଲେ ଟ୍ରାନ୍ସପ୍ଲାଣ୍ଟ, ଦେଖନ୍ତୁ ଭିଡିଓ

ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀମାନଙ୍କର ସାହାଯ୍ୟ କରିବାପାଇଁ ସବୁବେଳେ ଆଗେଇ ଆସିଥାନ୍ତି କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଆଶ୍ଚର୍ଯ୍ୟକର ଭାବେ କଥା କହିପାରୁନଥିବା ଏହି ନିରୀହ ପଶୁ ପକ୍ଷୀ ମାନଙ୍କୁ ସାହାଯ୍ୟ କରିଥାନ୍ତି । ଏପରି ଜଣେ ମହିଳା ହେଉଛନ୍ତି ରୋମି କ୍ଲୋସ୍କି । ଯିଏକି ‘Insect Art’ର ଫାଉଣ୍ଡର ଅଟନ୍ତି । ନିକଟରେ ସେ ଏକ ପ୍ରଜାପତିର ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି । ଯାହାର ଗୋଟିଏ ଡେଣା ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା । ଏହାଦ୍ୱାରା ରୋମି ନା କେବଳ ସେହି ପ୍ରଜାପତିଠାରେ ଆଉଗୋଟିଏ ଡେଣା ଲଗାଇବାରେ ସାହାଯ୍ୟ କରିଥିଲେ ବରଂ ତାକୁ ଉଡିବାରେ ମଧ୍ୟ ସକ୍ଷମ କରାଇଥିଲେ । ସେ ନିଜ ଫେସବୁକ ପେଜ Insect Artରେ ସମ୍ପୂର୍ଣ୍ଣ ଟ୍ରାନ୍ସପ୍ଲାଣ୍ଟର ଭିଡିଓ ମଧ୍ୟ ସେୟାର କରିଥିଲେ । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାସହିତ ମହିଳାଙ୍କର ଏହି କାମ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ ।

ଏପରି ବଦଳିଲା ପ୍ରଜାପତିର ଡେଣା


ସେପ୍ଟେମ୍ବର ୨୭ ତାରିଖରେ ରୋମି ନିଜ ପେଜ Insect Artରେ ଲେଖିଥିଲେ ” ଏହା ମୋର ସବୁଠାରୁ ଖରାପ କାମ ଅଟେ ଯାହାକି ମୁଁ ଏକ ଜିଅନ୍ତା ପ୍ରଜାପତି ଉପରେ କରୁଛି । କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ଆପଣ ଜାଣିପାରିବେ ଯେ ପ୍ରଜାପତିର ପରକୁ କିପରିଭାବେ ବଦଳାଯାଇଥାଏ । ଯାହାଦ୍ୱାରା ଆବଶ୍ୟକସ୍ଥଳେ ଆପଣ ମଧ୍ୟ ଏପରି କରିପାରିବେ।”

ବୋଧହୁଏ ସେ ପୁଣିଥରେ ଉଡ଼ିପାରିବ

 ଏହାସହ ପଢନ୍ତୁ ସୁନ୍ଦର ଦେଖାଯିବା ପାଇଁ କରାଇଲେ ୨୦୦ ସର୍ଜରୀ ଆଉ ଖର୍ଚ୍ଚ କଲେ ୧୬ କୋଟି ଟଙ୍କା, ଜାଣନ୍ତୁ ଏପରି ଜଣେ ମହିଳାଙ୍କ କାହାଣୀ

ସେ ୨୫ ସେପ୍ଟେମ୍ବରକୁ ଫେସବୁକରେ ଲେଖିଥିଲେ ବର୍ତ୍ତମାନ ସେହି ପ୍ରଜାପତିଟି ଉଡିସାରିଛି ।

ଯେବେ ପ୍ରଥମଥର କରିଥିଲେ ପ୍ରଜାପତି ଡେଣାର ଟ୍ରାନ୍ସପ୍ଲାଣ୍ଟ


ସେପ୍ଟେମ୍ବର ୨୨ ରେ ସେ ଆଉ ଏକ ପୋଷ୍ଟ ସେୟାର କରି ଲେଖିଥିଲେ “ଯେବେ ମୁଁ ପ୍ରଥମଥର ଏକ ପ୍ରଜାପତିର ଡେଣା ଟ୍ରାନ୍ସପ୍ଲାଣ୍ଟ କରିଥିଲି”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.