Below header

ଭୁବନେଶ୍ବର: ରାତି ପାହିଲେ ବିଜୟା ଦଶମୀ, ରାବଣପୋଡି ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର ଓ ଡିସିପି

ଭୁବନେଶ୍ବର(କେନ୍ୟୁଜ୍):  କାଲି ବିଜୟା ଦଶମୀ । ରାଜଧାନୀର ୫ଟି ସ୍ଥାନରେ ଆୟୋଜନ ହେବ ରାବଣ ପୋଡି ଉତ୍ସବ । ଝାରପଡା, ବରମୁଣ୍ଡା, ଚନ୍ଦକା, ପଟିଆ ଆଦି ସ୍ଥାନରେ ହେବ ରାବଣ ପୋଡ଼ି । ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍‌କୁ ଯାଞ୍ଚ କରୁଛି କମିଶନରେଟ ପୋଲିସ । ନିଜେ ପୋଲିସ କମିଶନର , ଭୁବନେଶ୍ୱର ଡିସିପି କରୁଛନ୍ତି ଯାଞ୍ଚ । ମୁଖ୍ୟତ ରାବଣପୋଡି ସ୍ଥାନଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରହିବ ବ୍ୟାରିକେଡ୍‌ । ଅଧିକ ଶବ୍ଦ କିମ୍ବା ଭୟଙ୍କର ବାଣ ଫୁଟିବ ନାହିଁ । ରାବଣପୋଡି ସ୍ଥାନ ନିକଟରେ ପାଣିର ବ୍ୟବସ୍ଥା କରାଯିବ । ସେହିଭଳି ରାବଣ ପୋଡି ସମୟରେ ଯେଭଳି ଟ୍ରାଫିକ୍‌ ସମସ୍ୟା ନଉପୁଜେ ତାକୁ ମଧ୍ୟ ଗୁରୁତ୍ୱ ଦେଇଛି କମିଶନରେଟ୍‌ ପୋଲିସ ।

ପୂର୍ବରୁ ନୟାପଲ୍ଲୀ, ସହିଦଗର ଆଦି ପୂଜା ମଣ୍ଡପ ଗୁଡିକ ରାବଣ ପୋଡି ଉତ୍ସବ ପାଳନ କରୁଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଆସିବା ପରେ ଏହି ଦୁଇଟି ପୂଜା ମଣ୍ଡପରେ ଆଉ ରାବଣ ପୋଡି ଉତ୍ସବ ପାଳନ କରାଯାଉନାହିଁ । ତେବେ ଯେଉଁ ମଣ୍ଡପ ଗୁଡିକ ଏହି ଉତ୍ସବକୁ ପାଳନ କରୁଛନ୍ତି, ସେମାନେ ସମସ୍ତ ନିୟମକୁ ମାନୁଥିବା କହିଛନ୍ତି । ପୂର୍ବରୁ ରାବଣ ପୋଡି ଉତ୍ସବରେ ବହୁ ଅଘଟଣ ଦେଖିବାକୁ ମିଳିଛି । ଗତବର୍ଷ ପଞ୍ଜାବର ଅମୃତସରରେ ରାବଣ ପୋଡି ଉତ୍ସବ ସମୟରେ ଟ୍ରେନ ମାଡି ଯିବାରୁ ପ୍ରାୟ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ କୌଣସି ଅଘଟଣକୁ ଏଡାଇବା ପାଇଁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.