Below header

ତଣ୍ଟି ଚିପି ହତ୍ୟା କରିବାପରେ ପ୍ରେମିକାକୁ ପରିତ୍ୟକ୍ତ କୂଅ ଭିତରେ ପକାଇଦେଲା ପ୍ରେମିକ, ଜେରା କରିବାରୁ ସତ ଓଗାଳିଲା

ସୋରଡା(କେନ୍ଯୁଜ୍): ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମିକାକୁ ହତ୍ୟା କରି ଏକ ପରିତ୍ୟକ୍ତ କୂଅରେ ପକାଇଦେଇଥିଲା ଅଭିଯୁକ୍ତ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଉଭୟେ ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। ଯୁବକ ଜଣକ ବହୁ ଦିନ ଧରି ସୁରଟକୁ କାମ କରିବା ପାଇଁ ଚାଲିଯାଇଥିଲା।

କିଛି ଦିନ ପରେ ଫେରିବା ପରେ ପ୍ରେମିକା ତାଙ୍କୁ ଅଣଦେଖା କରିଥିଲେ। ଅନ୍ୟ କାହା ସହ ପ୍ରେମିକାଙ୍କ ସଂପର୍କ ଥିବା ସନ୍ଦେହ କରି ଘରୁ ଡାକି ନେଇ ତଣ୍ଟି ଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ। ମୃତକଙ୍କ ବାପାଙ୍କ ବୟନା ଅନୁସାରେ ଅଭିଯୁକ୍ତକୁ ଜେରା କରିବାରୁ ସେ ସତ ମାନିଥିଲା। ବଡଗଡ ଥାନାରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.