Below header

ଟିକିଏ ବ୍ୟବହାର କଲେ ଆପଣଙ୍କ ସ୍ମାର୍ଟଫୋନ ହୋଇ ଯାଉଛି କି ଗରମ…ତ ତୁରନ୍ତ ଫଲୋ କରନ୍ତୁ ଟିପ୍ସ

ଆଜିକାଲି ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ। ଏହାର ବ୍ୟବହାର ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକେ ବିଭିନ୍ନ ଜରୁରୀ କାମ ବି ଏହା ମାଧ୍ୟମରେ କରି ପାରୁଛନ୍ତି। ଏହା କେବଳ କଲିଂ ପାଇଁ ବ୍ୟବହୃତ ହେଉନି, ବରଂ ଇଣ୍ଟରନେଟ୍‌ ବ୍ରାଉଜିଂ ଓ ଚାଟିଂ ଆଦି ପାଇଁ ମଧ୍ୟ ଉପଯୋଗ ହେଉଛି। ୟୁଜରମାନଙ୍କର ଅନେକ କାମ ଏହି ସ୍ମାର୍ଟଫୋନ ଜରିଆରେ ହୋଇ ଯାଉଛି। ତେଣୁ ଏମିତିରେ ବହୁଳ ମାତ୍ରାରେ ବ୍ୟବହାର ଦ୍ୱାରା ସ୍ମାର୍ଟଫୋନ ଗରମ ହୋଇଯିବା ସ୍ୱାଭାବିକ କଥା। ଯଦି ଆପଣଙ୍କ ସ୍ମାର୍ଟଫୋନ କିଛି ସମୟ ବ୍ୟବହାର ପରେ ଗରମ ହୋଇ ଯାଉଛି, ତ ଚିନ୍ତିତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏଥିରୁ ଛୁଟକାରା ପାଇବାର କିଛି ଟିପ୍ସ ବିଷୟରେ କହିବୁ।

ବ୍ରାଇଟ୍‌ନେସ୍‌ କମାନ୍ତୁ: ଅନେକ ୟୁଜର ଫୋନର ବ୍ରାଇଟ୍‌ନେସ୍‌ ବଢ଼ାଇ ରଖି ଥାଆନ୍ତି, ଯାହାକି ନା ଆଖି ପାଇଁ ଭଲ ହୋଇଥାଏ ନା ସ୍ମାର୍ଟଫୋନ ପାଇଁ। ଯଦି ଆପଣଙ୍କ ସ୍ମାର୍ଟଫୋନ ଅଧିକ ଗରମ ହୋଇ ଯାଉଛି, ତ ଏହାର କାରଣ ବ୍ରାଇଟ୍‌ନେସ୍‌ ବି ହୋଇପାରେ। ମନେ ରଖନ୍ତୁ, ଅଧିକ ବ୍ରାଇଟ୍‌ନେସ୍‌ ଯୋଗୁ ବ୍ୟାଟେରୀ ବି ଜଲ୍‌ଦି ସରି ଯାଇଥାଏ।

ଆପ୍‌ଗୁଡ଼ିକୁ କରନ୍ତୁ ମ୍ୟାନେଜ୍‌: ସ୍ମାର୍ଟଫୋନ ଉପରେ ଅଧିକ ପ୍ରେସର ପଡ଼ିଲେ ଫୋନ୍‌ ଜଲ୍‌ଦି ଗରମ ହେବାକୁ ଲାଗିଥାଏ। ଏଥିପାଇଁ ଫୋନ୍‌ରେ ଥିବା ଆପ୍‌ଗୁଡ଼ିକୁ ମ୍ୟାନେଜ୍‌ କରନ୍ତୁ। ଯେଉଁ ଆପ୍‌ଗୁଡ଼ିକ କାମରେ ଆସୁ ନାହିଁ, ସେଗୁଡ଼ିକୁ ବନ୍ଦ ବା ଅନଇନ୍‌ଷ୍ଟଲ କରି ଦିଅନ୍ତୁ।

ଚାର୍ଜିଂ ସମୟରେ ଏହି ଭୁଲ୍‌ କରନ୍ତୁ ନାହିଁ: ନିଜ ସ୍ମାର୍ଟଫୋନକୁ ଚାର୍ଜ କଲା ବେଳେ ସବୁବେଳେ ଧ୍ୟାନରେ ରଖନ୍ତୁ କି, ଓରିଜିନାଲ୍‌ ବା ମୂଳ ଚର୍ଜର ହିଁ ଉପଯୋଗ କରିବେ। ଫୋନ୍‌କୁ କେବେ ବି ରାତିସାରା ଚାର୍ଜ ବସାଇବେ ନାହିଁ। ଶୋଇବା ପୂର୍ବରୁ ସ୍ମାର୍ଟଫୋନକୁ ଚାର୍ଜିଂରୁ ହଟାଇ ଦେବାକୁ ସବୁବେଳେ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.