Below header

ସପିଂ ପରେ କ୍ୟାରୀବ୍ୟାଗ୍ ପାଇଁ ଗ୍ରାହକଠାରୁ ନେଲା ଅଧିକ ୬ ଟଙ୍କା, ଏବେ ମଲ ମାଲିକ ଗଣିବେ ୨୫ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍):  ୬ ଟଙ୍କାର କ୍ୟାରୀବ୍ୟାଗ ପାଇଁ ସପିଂ ମଲ ଜରିମାନା ଦେଵ ୨୫ ହଜାର ଟଙ୍କା। କଟକ ବାଦାମବାଡ଼ିର ଏକ ସପିଂ ମଲ ଉପରେ ଏଭଳି ଅର୍ଥଦଣ୍ଡ ଦେଇଛନ୍ତି କଟକ ଜିଲ୍ଲା ଖାଉଟି କମିଶନ। ସାଧାରଣତଃ ମଲରୁ ଡ୍ରେସ କିମ୍ବା ଅନ୍ୟ ସାମଗ୍ରୀ କିଣିଲେ କ୍ୟାରୀ ବ୍ୟାଗ ମଲ ପକ୍ଷରୁ ମାଗଣା ନ ଦେଇ ସେଥିପାଇଁ ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନିଆଯାଉଛି। ସେହିପରି କଟକ ହରିପୁରର ପଦ୍ମଲୋଚନ ରାଉତ ବାଦାମବାଡ଼ିର ଏକ ସପିଂ ମଲରୁ ୨୦୨୦ ଡିସେମ୍ବର ୨୮ ତାରିଖରେ ୨୪୯ ଟଙ୍କାର ଏକ ଟି ସାର୍ଟ କିଣିଥିଲେ।

ଟି ସାର୍ଟ ନେବାପାଇଁ ମଲ ପକ୍ଷରୁ ତାଙ୍କୁ ଦିଆଯାଇ ଥିବା କ୍ୟାରୀ ବ୍ୟାଗ ପାଇଁ ଅଧିକ ୬ ଟଙ୍କା ଚାର୍ଜ କରାଯାଇଥିଲା। ପଦ୍ମଲୋଚନ ରାଉତ ଏ ନେଇ ପ୍ରଥମେ ଲିଗାଲ ନୋଟିସ ଦେଇ କୌଣସି ସୁଫଳ ନ ମିଳିବାରୁ କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତଙ୍କ ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀ ଖାଉଟିଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଆବେଦନକାରୀଙ୍କ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ସଂପୃକ୍ତ ମଲକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.