Below header

ଲାଲଗଡ଼ରେ ମାଓବାଦୀଙ୍କ ନୂଆ ରଣନୀତି: ଖଞ୍ଜିଥିଲେ ୪୦ରୁ ୫୦ ଫୁଟ ଉପରକୁ ଗାଡ଼ି ଉଡାଇବା ଭଳି ଲ୍ୟାଣ୍ଡମାଇନ୍, ଖୋଜି ବାହର କଲା ପୋଲିସ

ମାଲାକାନଗିରି: ଲାଲଗଡ଼ରେ ମାଓବାଦୀଙ୍କ ନୂଆ ରଣନୀତି । ବଦଳୁଛି ପୋଲିସ ଆଟାକ୍‌ର ମାଷ୍ଟର ପ୍ଲାନ୍ । ପୋଲିସକୁ ଚକ୍‌ମା ଦେବାକୁ ମାଓବାଦୀ ଖୋଜୁଛି ନୂଆ ଟେକ୍‌ନିକ୍ । ଏକ ବଡଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଛି ମାଓ ସଂଗଠନ । ପାଖାପାଖି ୪୦ରୁ ୫୦ ଫୁଟ ଉପରକୁ ଗାଡ଼ି ଉଡାଇବା ଭଳି ଏହାର ଶକ୍ତି ରହିଛି । ମାଲାକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକ୍‌ମା ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ମିନପା ଜଙ୍ଗଲରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍ । ଯାହାକୁ ମେଟାଲ ଡିଟେକ୍ଟର ଖୋଜି ବାହାର କରିବା ଅସମ୍ଭବ । ପୋଲିସ ଏହାକୁ ଚତୁରତାର ସହ ଖୋଜି ବାହର କରିବାରେ ସଫଳ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.