Below header

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ, ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣିଲେ ୫କିଲୋମିଟର

ନବରଙ୍ଗପୁର: ସବୁବେଳେ ଜନହିତକର କାର୍ଯ୍ୟ କରି ନବରଙ୍ଗପୁର ଡାବୁଗାଁ ବିଧାୟକ ପ୍ରଂଶସା ସାଉଁଟୁଥିବାବେଳେ ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୫କିଲୋମିଟର ବୋହି ଆଣି ସେ ନିଜର ବଦାନ୍ୟତା ଦେଖାଇଛନ୍ତି । ନବରଙ୍ଗପୁର ମଇଦଲପୁର ପଞ୍ଚାୟତ କୁସୁମୁଖୁଣ୍ଟି ଗ୍ରାମର ଜେମା ବେହେରା ନାମକ ଜଣେ ମହିଳା ସକାଳୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଘରେ ପଡି ରହିଥିଲେ ।

pregnant ledyଗାଁକୁ ଯିବା ଲାଗି ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରୁ ନଥିଲା । ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଲୋକଙ୍କ ଠାରୁ ଅଭିଯୋଗ ପାଇ ମହିଳାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଡାବୁଗାଁ ବିଧାୟକ । ଗାଁରେ ପହଞ୍ଚି ମହିଳାଙ୍କୁ କାନ୍ଧରେ ବୋହି ଆଣିଥିଲେ। ପରେ ନିଜ ଗାଡିରେ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଂଶସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.