PF ଖାତାଧାରୀ ଏବେ ସହଜରେ କରିପାରିବେ KYC, UAN ପୋର୍ଟାଲରେ ମିଳୁଛି ନୂଆ ବିକଳ୍ପ

ପିଏଫ୍‌ ଖାତାଧାରୀଙ୍କ ପାଇଁ ଆହୁରି ସହଜ ହୋଇଗଲା KYC ପ୍ରକ୍ରିୟା। ପାନ୍‌, ଆଧାର ସହ UAN ପୋର୍ଟାଲରେ ଆଉ ଏକ ବିକଳ୍ପ ମିଳୁଛି। KYC ପ୍ରକ୍ରିୟା ପାଇଁ EPFOକୁ ଜାତୀୟ ଜନସଂଖ୍ୟା ରେଜିଷ୍ଟର ସଂଖ୍ୟା ମଧ୍ୟ ଦିଆଯାଇପାରେ। ପାନ୍‌, ଆଧାର, ବ୍ୟାଙ୍କ ଖାତା ସଂଖ୍ୟା ଭଳି  ଏନ୍‌ପିଆର୍‌ କାଗଜପତ୍ରର ସଂଖ୍ୟାକୁ ମଧ୍ୟ ବ୍ୟବହାର କରାଯାଇପାରିବ ଓ କର୍ମଚାରୀ UAN ପୋର୍ଟାଲରେ ଏହାର ବ୍ୟବହାର କରିପାରିବେ।

Image result for epfo-provident-fund-subscribers-can-use-npr-kyc-uan-portal

ଏମିତି କରନ୍ତୁ ଅପଡେଟ୍‌:

KYC ଅପ୍‌ଡେଟ୍‌ ପାଇଁ ସର୍ବପ୍ରଥମେ UAN ପୋର୍ଟାଲକୁ ଯାଆନ୍ତୁ। ଏଠାରେ ମ୍ୟାନେଜ୍‌ ବଟନ୍‌ କ୍ଲିକ୍‌ କରନ୍ତୁ, ପରେ KYC ଉପରେ କ୍ଲିକ୍‌ କରନ୍ତୁ। ପରବର୍ତ୍ତୀ ପେଜ୍‌ରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପାସପୋର୍ଟ,ପାନ୍‌ ନମ୍ବର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ବିଷୟରେ ସୂଚନା ଦେବେ। NPR ସୂଚନା ଆଠ ନମ୍ବରରେ ରହିଛି। ଏଠାରେ ନିଜ ସୁବିଧା ମୁତାବକ ବିକଳ୍ପ ବାଛି ସେଭ କ୍ଲିକ୍‌ କରନ୍ତୁ। ଏବେ ସ୍କ୍ରିନ୍‌ରେ Pending for approval ନଜର ଆସିବ।

Image result for epfo-provident-fund-subscribers-can-use-npr-kyc-uan-portal

ତେବେ EPFO ସିଧାସଳଖ କହିଛି ଯେ ଅନ୍‌ଲାଇନ୍‌ PF ବାହାର କରିବା କିମ୍ବା ଟ୍ରାନ୍ସଫର କରିବା ସୁବିଧା କେବଳ ଭେରିଫାୟାଡ୍‌ କେଓ୍ଵାଇସି ୟୁଜର୍ସଙ୍କୁ ହିଁ ମିଳିବ। ଯେଉଁ କର୍ମଚାରୀ ଏହି ସମସ୍ତ ପ୍ରକ୍ରିୟାରେ ଭେରିଫାଏ କରିଥିବେ କେବଳ ସେମାନେ ହିଁ ପିଏଫ୍‌ ଓ୍ଵିଡ୍ରାଲ, ସେଟଲମେଣ୍ଟ, ଟ୍ରାନ୍ସଫର ଭଳି ସୁବିଧାର ଲାଭ ଉଠାଇପାରିବେ। UAN ପୋର୍ଟାଲରେ କେଓ୍ଵାଇସି ଅପଡେଟ୍‌ କରିବା ବାଧ୍ୟତାମୂଳକ ନୁହେଁ। ତେବେ ପାନ୍‌ ଓ ଆଧାର ପ୍ରାପ୍ତ କରିବା ଦ୍ୱାରା କର୍ମଚାରୀ ସହଜରେ ଅନ୍‌ଲାଇନ୍‌ ପିଏଫ୍‌ ହସ୍ତାନ୍ତର କରିବା ସହ ଟଙ୍କା ଉଠାଇ ମଧ୍ୟ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.