Below header

ମସାଜ ପାଇଁ ପାର୍ଲର ଯିବା ଯୁବକଙ୍କୁ ପଡିଲା ମହଙ୍ଗା, ଘଟିଲା ଏମିତି ଘଟଣା

ଅନେକ ବ୍ୟକ୍ତି ନିଜ ଶରୀର ଥକ୍କାପଣ ଦୂର କରିବା ପାଇଁ ମସାଜ କରିବା ପସନ୍ଦ କରନ୍ତି। ଏଥିପାଇଁ ସେମାନେ ପାର୍ଲର ଉପରେ ନିର୍ଭର କରିଥାନ୍ତି। କିନ୍ତୁ କେବେ ଏହି ମସାଜ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ଆପଣ ଜାଣିଛନ୍ତି କି ? ଏପରି ଏକ ଘଟଣା ଦୁବାଇରେ ଘଟିଛି। ଏଠାରେ ଏକ ଫ୍ଲାଟରେ ମସାଜ ପାର୍ଲର ଆଡରେ ଚାଲିଥିଲା ଦେହ ବେପାର । ଏଭଳି କାମ କରୁଥିବା ଲୋକ ଭିଏତନାମାର ମୂଳନିବାସୀ। ଯେଉଁମାନଙ୍କ ମଧ୍ୟରେ ଦୁଇଜଣ ଯୁବକ ଏବଂ ଦୁଇ ଯୁବତୀ ସାମିଲ ରହିଛନ୍ତି।

massage

ଘଟଣା ମୁତାବକ, ଏହି ମସାଜ ପାର୍ଲରକୁ ଜଣେ ବ୍ୟକ୍ତି ମସାଜ କରିବାକୁ ଆସିଥିଲେ। ସେ ମସାଜ କରିବା ପାଇଁ ୪୦୦ ଆରବୀ ଟଙ୍କା ମଧ୍ୟ ଦେଇଥିଲେ। ମସାଜ କରିବା ପାଇଁ ଯେତେବେଳେ ସେ ଭିତରକୁ ଗଲେ, ତାଙ୍କୁ ମହିଳା ଜଣକ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଯୁବକ ଜଣକ ଏପରି କରିବାକୁ ସଫା ସଫା ମନା ଦେଇଥିଲେ। ଏହା ମଧ୍ୟ ବିବାଦ ଆରମ୍ଭ ହୋଇଥିଲା। ପରେ ଯୁବକ ଜଣକ ସେଠାରୁ ବାହାରି ଆସି ନିଜର ପଇସା ଫେରାଇବାକୁ କହିଥିଲେ। ପଇସା ଫେରସ୍ତ କଥା ଶୁଣି ପାର୍ଲରରେ କାମ କରୁଥିବା ସମସ୍ତ ବ୍ୟକ୍ତି ତାଙ୍କୁ ମାରିବା ଆରମ୍ଭ କରିଦେଇଥିଲେ। ଯୁବକଙ୍କୁ ବିଭିନ୍ନ ପ୍ରକାର ମରଣାନ୍ତ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଯୁବକ ଜଣକ ଏହା ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ପରେ ପୋଲିସ ସେହି ପାର୍ଲରରେ କାମ କରୁଥିବା ଦୁଇ ପୁରୁଷ ଏବଂ ଦୁଇ ମହିଳାଙ୍କୁ ଦେହ ବ୍ୟାପାର ଏବଂ ସେହି ଯୁବକଙ୍କୁ ମାରିବା ଅଭିଯୋଗରେ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.