Below header

ଇଣ୍ଡିଆନ କ୍ରିକେଟରଙ୍କୁ ବିବାହ କରିବେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ, ଏପରି ଚାଲିଛି ଚର୍ଚ୍ଚା

ବାହୁବଳୀ ଚଳଚ୍ଚିତ୍ରରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ତାଙ୍କ ନାଁ ବାହୁବଳୀରେ ଥିବା ତାଙ୍କର କୋ-ଷ୍ଟାରଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ୨୦୧୯ରେ ପ୍ରଭାସ ‘କଫି ୱିଥ କରଣ’ରେ କରଣଙ୍କ ସହ କଥାବାର୍ତ୍ତା ସମୟରେ ଏହି ଗୁଜବ ଉପରେ ଫୁଲଷ୍ଟପ ପକାଇଥିଲେ । ତେବେ ନିକଟରେ ଅନୁଷ୍କା ସେଟ୍ଟୀଙ୍କ ନାମ ଆଉଜଣେ କ୍ରିକେଟରଙ୍କ ସହିତ ଯୋଡ଼ା ଯାଇଛି ଓ ଦୁହେଁ ବିବାହ କରିବେ ବୋଲି ମଧ୍ୟ କୁହାଯାଉଛି ।

इंडियन क्रिकेटर संग शादी करने जा रही हैं अनुष्का शेट्टी? ऐसी है चर्चा

ସୂଚନା ଅନୁଯାୟୀ ବର୍ତ୍ତମାନ ଅନୁଷ୍କା ଜଣେ ଇଣ୍ଡିଆନ କ୍ରିକେଟରଙ୍କୁ ଡେଟ କରୁଛନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟରଙ୍କ ନାମ ବାହାରକୁ ଆସିନାହିଁ କିନ୍ତୁ କୁହାଯାଉଛି ଯେ କ୍ରିକେଟର ସାଉଥରୁ ନୁହେଁ ବରଂ ନର୍ଥରୁ ହିଁ ବିଲଙ୍ଗ କରନ୍ତି । ତେବେ ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି । ସେ ‘ନିଶବ୍ଦମ’ ଚଳଚ୍ଚିତ୍ରରେ ଆର. ମାଧବନଙ୍କ ସହିତ ଦେଖିବାକୁ ମିଳିବେ ।

Image result for anushka shetty

ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ର ଏକ ସାଇଲେଣ୍ଟ ଥ୍ରୀଲର ମୁଭି ଅଟେ । ଯେଉଁଥିରେ ଅନୁଷ୍କା ମ୍ୟୁଟ ଆର୍ଟିଷ୍ଟ ଭାବେ ଦେଖିବାକୁ ମିଳିବେ । ଆଜିକାଲି ସେ ଏହି ମୁଭିର ପୋଷ୍ଟର ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଫେବୃୟାରୀ ୨୧ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.