Below header

ଭିତରକନିକାରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଘରବାହୁଡ଼ା

କେନ୍ୟୁଜ୍ :  ଭିତରକନିକାରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଘରବାହୁଡ଼ା। ଗତକିଛି ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବା ପରେ ଲକ୍ଷାଧିକ କଇଁଛ ବଙ୍ଗୋପସାଗର ମୁହାଁ ହୋଇଛନ୍ତି। ଗତ ଫେବୃଆରି ଶେଷ ସପ୍ତାହରେ ଲକ୍ଷାଧିକ କଇଁଛ ଭିତରକନିକାର ଗହିରମଥାରେ ସମୁହ ଅଣ୍ଡାଦାନ କରିଥିଲେ। ମୁଖ୍ୟ ଜାଗାରୁ ଉତ୍ତାପ ଓ ପ୍ରଦୁଷଣରୁ ଦୂରରେ ରହି ପ୍ରାୟ ଦେଢମାସ ପରେ ଅଣ୍ଡା ଫୁଟିଛି। ଛୁଆ ବାହାରିବା ପରେ କିପରି ସୁରକ୍ଷିତ ରହିବେ ସେନେଇ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କଇଁଛ ଶାବକଙ୍କ ଦେହରେ ଖରା ପଡ଼ିବା ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା ଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛଡ଼ାଯାଉଛି। ଏହି ଦୃଶ୍ୟ ପ୍ରକୃତିପ୍ରେମୀଙ୍କୁ ବେଶ ଆନନ୍ଦ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.